ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ
ହାଇଦ୍ରାବାଦ,୨୩ା୧୨: ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ଘଟଣା ସମ୍ପର୍କରେ ପୋଲିସ ମଙ୍ଗଳବାର ପୂର୍ବାହ୍ନ ୧୧ ଟା ସୁଦ୍ଧା ହାଜର ହେବାକୁ କୁହାଯାଇଛି। ଡିସେମ୍ବର ୪ ରେ ହାଇଦ୍ରାବାଦର ଏକ ସିନେମା ହଲରେ ଦଳାଚକଟା ପରିସ୍ଥିତିରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇଥିଲେ। ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କ ଶେଷ ଫିଲ୍ମ […] The post ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ appeared first on Dharitri Odia News.
ହାଇଦ୍ରାବାଦ,୨୩ା୧୨: ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ଘଟଣା ସମ୍ପର୍କରେ ପୋଲିସ ମଙ୍ଗଳବାର ପୂର୍ବାହ୍ନ ୧୧ ଟା ସୁଦ୍ଧା ହାଜର ହେବାକୁ କୁହାଯାଇଛି।
ଡିସେମ୍ବର ୪ ରେ ହାଇଦ୍ରାବାଦର ଏକ ସିନେମା ହଲରେ ଦଳାଚକଟା ପରିସ୍ଥିତିରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇଥିଲେ। ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କ ଶେଷ ଫିଲ୍ମ ପୁଷ୍ପା-୨ ରିଲିଜ୍ ପ୍ରିମିୟରରେ ହଜାର ହଜାର ପ୍ରଶଂସକ ଅଭିନେତାଙ୍କ ନିକଟରେ ଏକାଠି ହୋଇଥିଲେ।
ଏହି ଘଟଣା ପରେ ପୋଲିସ ଅଭିନେତା, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ର ବିଭିନ୍ନ ଧାରାରେ ଚିକକଡପାଲି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା। ଏହି ମାମଲା ପରେ ୧୩ ଡିସେମ୍ବରରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା। ପରେ ସେହି ଦିନ ସେ ତେଲେଙ୍ଗାନା ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଥିଲେ। ଏହା ପରେ ତାଙ୍କୁ ୧୪ ଡିସେମ୍ବର ସକାଳେ ଜେଲରୁ ମୁକ୍ତ କରାଯାଇଥିଲା।
The post ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ appeared first on Dharitri Odia News.