ଆଜି ନିଯୁକ୍ତି ପାଇବେ ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ

ଭୁବନେଶ୍ୱର, ୨୨।୨(ଅସମାପିକା ସାହୁ)ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ। ସମ୍ପୃକ୍ତ ଶିକ୍ଷକଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ପର୍ବ ଗୁରୁବାର ଲୋକସେବା ଭବନର କନଭେନଶନ୍‌ ସେଣ୍ଟରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ୩୦ ଜିଲାରୁ ନିଯୁକ୍ତି ପାଇବାକୁ ଥିବା ୩୬୮ଜଣ […] The post ଆଜି ନିଯୁକ୍ତି ପାଇବେ ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ appeared first on Dharitri Odia News.

ଆଜି ନିଯୁକ୍ତି ପାଇବେ ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ

ଭୁବନେଶ୍ୱର, ୨୨।୨(ଅସମାପିକା ସାହୁ)ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ। ସମ୍ପୃକ୍ତ ଶିକ୍ଷକଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ପର୍ବ ଗୁରୁବାର ଲୋକସେବା ଭବନର କନଭେନଶନ୍‌ ସେଣ୍ଟରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ୩୦ ଜିଲାରୁ ନିଯୁକ୍ତି ପାଇବାକୁ ଥିବା ୩୬୮ଜଣ ହିନ୍ଦୀ ଏବଂ ୨୦୮ଜଣ ସଂସ୍କୃତ ଶିକ୍ଷକ ଯୋଗଦେଇ ନିଯୁକ୍ତିପତ୍ର ଗ୍ରହଣ କରିବେ। ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ବାତାବରଣର ବିକାଶ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଥିବାବେଳେ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଥମିକତା ଦେଉଛନ୍ତି। ବାଲେଶ୍ୱର ଜିଲାରେ ୩୩, ଅନୁଗୋଳ ୧୭, କଟକ ୩୫, ଗଞ୍ଜାମ ୩୭, ଜଗତ୍‌ସିଂହପୁର ୨୫, ଯାଜପୁର ୩୩, କୋରାପୁଟ ୩୪, ଖୋର୍ଦ୍ଧା ୪୦, ପୁରୀ ୨୭ ଓ ମୟୂରଭଞ୍ଜରେ ୨୬ଜଣ ଲେଖାଏ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇବେ।

The post ଆଜି ନିଯୁକ୍ତି ପାଇବେ ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ appeared first on Dharitri Odia News.