ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା

ଭଦ୍ରକ,୨୭।୧(ସନାତନ ରାଉତ): ଭଦ୍ରକ ସହର ଗାନ୍ଧୀପଡ଼ିଆରେ ଥିବା ଏକ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ନର୍ସିଂହୋମ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନ ଆସିବା ଯୋଗୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଉପସ୍ଥିତିରେ ଏହି ଭଙ୍ଗାରୁଜା ହୋଇଥିଲା । ଭଦ୍ରକ ଜିଲା ଅସୁରାଳି ଅଞ୍ଚଳର ଦେବସ୍ମିତା ଜେନାଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ନର୍ସିଂହୋମରେ […] The post ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା appeared first on Dharitri Odia News.

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା

ଭଦ୍ରକ,୨୭।୧(ସନାତନ ରାଉତ): ଭଦ୍ରକ ସହର ଗାନ୍ଧୀପଡ଼ିଆରେ ଥିବା ଏକ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ନର୍ସିଂହୋମ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନ ଆସିବା ଯୋଗୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଉପସ୍ଥିତିରେ ଏହି ଭଙ୍ଗାରୁଜା ହୋଇଥିଲା ।

ଭଦ୍ରକ ଜିଲା ଅସୁରାଳି ଅଞ୍ଚଳର ଦେବସ୍ମିତା ଜେନାଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ନର୍ସିଂହୋମରେ ରବିବାର ରାତିରେ ଭର୍ତ୍ତି କରିଥିଲେ । ରାତି ପ୍ରାୟ ୩ଟାରେ ଅପରେଶନ କରାଯାଇଥିଲା। ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା l ହେଲେ ସକାଳୁ ପ୍ରସୂତିଙ୍କ ଯନ୍ତ୍ରଣା ଆରମ୍ଭ ହେବା ପରେ ୧୫ରୁ ଅଧିକ ଇଞ୍ଜେକ୍ସନ ଦିଆଯାଇଥିଲା l କିନ୍ତୁ ଶେଷରେ ମଧ୍ୟାହ୍ନ ୧୨ଟା ୩୦ରେ ଦେବସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ଦେବସ୍ମିତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନର୍ସିଂହୋମରେ ଉତ୍ତେଜନା ଖବର ପାଇ ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟପକ୍ଷେ ମୃତକଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି। ଏପରିକି ନର୍ସିଂହୋମ ଭଙ୍ଗାରୁଜା ନେଇ ଅନ୍ୟ ଏକ ପାଲଟା ମାମଲା ରୁଜୁ ହୋଇଛି।

The post ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା appeared first on Dharitri Odia News.