ଭୟଙ୍କର ଦୁର୍ଘଟଣା, ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର୍‌

କଳାହାଣ୍ଡି ୨୮।୧୨ : କଳାହାଣ୍ଡି ଜିଲ୍ଲା ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର । ଖବର ଅନୁଯାୟୀ, ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଏକ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ । ଏହି ଭୟଙ୍କର ଦୁର୍ଘଟଣା ପରେ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଯାକ ଟ୍ରକ । ତେବେ ନିଆଁ ଲାଗିବା ଦ୍ୱାରା କୋଇଲା ବୋଝେଇ ଟ୍ରକରେ ଥିବା ଡ୍ରାଇଭର ଏବଂ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସେପଟେ ଅଗ୍ନିଶମ ବାହିନୀ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି ରଖିଛି ।  

ଭୟଙ୍କର ଦୁର୍ଘଟଣା, ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର୍‌

କଳାହାଣ୍ଡି ୨୮।୧୨ : କଳାହାଣ୍ଡି ଜିଲ୍ଲା ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର । 

ଖବର ଅନୁଯାୟୀ, ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଏକ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ । ଏହି ଭୟଙ୍କର ଦୁର୍ଘଟଣା ପରେ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଯାକ ଟ୍ରକ । ତେବେ ନିଆଁ ଲାଗିବା ଦ୍ୱାରା କୋଇଲା ବୋଝେଇ ଟ୍ରକରେ ଥିବା ଡ୍ରାଇଭର ଏବଂ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସେପଟେ ଅଗ୍ନିଶମ ବାହିନୀ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି ରଖିଛି ।