ପାକିସ୍ତାନ ସେନା ଏବେ କରିବେ ଚାଷ…

ଇସଲାମାବାଦ,୪।୧ : ରାଜନୀତିରେ ନିଜର ସମ୍ପୃକ୍ତି ରଖିଥିବା ପାକିସ୍ତାନୀ ସେନା ବର୍ତ୍ତମାନ ଚାଷ ପାଇଁ ପ୍ରସ୍ତୁତ ହେଉଛି। ପଞ୍ଜାବର ଚୋଲିସ୍ତାନରେ ଚାଷ ପାଇଁ ସେନା ପକ୍ଷରୁ ଯୋଜନା କରାଯାଉଛି। ବାସ୍ତବରେ, ଚୋଲିସ୍ତାନରେ ପାକିସ୍ତାନ ସରକାର ନିଜ ଜମିରେ ଚାଷ କରିବାକୁ ଯାଉଛନ୍ତି, କିନ୍ତୁ ଏକ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସେନା ମଧ୍ୟ ଏହି ପ୍ରକଳ୍ପରେ ଏକ ବଡ଼ ଭାଗ ନେବାକୁ ଯାଉଛି। ଏହି ଚୁକ୍ତିନାମା ଅନୁଯାୟୀ ପାକ ଆର୍ମି ୪.୮ ଲକ୍ଷ ଏକର ଜମି ପାଇଛି। ଚାଷ […] The post ପାକିସ୍ତାନ ସେନା ଏବେ କରିବେ ଚାଷ… appeared first on Dharitri Odia News.

ପାକିସ୍ତାନ ସେନା ଏବେ କରିବେ ଚାଷ…

ଇସଲାମାବାଦ,୪।୧ : ରାଜନୀତିରେ ନିଜର ସମ୍ପୃକ୍ତି ରଖିଥିବା ପାକିସ୍ତାନୀ ସେନା ବର୍ତ୍ତମାନ ଚାଷ ପାଇଁ ପ୍ରସ୍ତୁତ ହେଉଛି। ପଞ୍ଜାବର ଚୋଲିସ୍ତାନରେ ଚାଷ ପାଇଁ ସେନା ପକ୍ଷରୁ ଯୋଜନା କରାଯାଉଛି। ବାସ୍ତବରେ, ଚୋଲିସ୍ତାନରେ ପାକିସ୍ତାନ ସରକାର ନିଜ ଜମିରେ ଚାଷ କରିବାକୁ ଯାଉଛନ୍ତି, କିନ୍ତୁ ଏକ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସେନା ମଧ୍ୟ ଏହି ପ୍ରକଳ୍ପରେ ଏକ ବଡ଼ ଭାଗ ନେବାକୁ ଯାଉଛି। ଏହି ଚୁକ୍ତିନାମା ଅନୁଯାୟୀ ପାକ ଆର୍ମି ୪.୮ ଲକ୍ଷ ଏକର ଜମି ପାଇଛି। ଚାଷ କାର୍ଯ୍ୟରୁ ଲୋକେ ଦୂରେଇ ଯାଉଥିବାରୁ ପାକ ସେନା ଏବଂ ସରକାର ଏହି ପଦକ୍ଷେପ ନେଉଛନ୍ତି।

ପାକିସ୍ତାନ ସେନାକୁ ଏହି ଜମି ଦେଇ ସେନା କାହିଁକି ସର୍ବସାଧାରଣ ଜମିକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରୁଛି ସେନେଇ ପ୍ରଶ୍ନ ଉଠିଛି। ପାକିସ୍ତାନ ସରକାର ଯୁକ୍ତି କରିଛନ୍ତି ଯେ ଦେଶର ପ୍ରାୟ ୨୪ କୋଟି ଜନସଂଖ୍ୟାକୁ ଖାଇବାକୁ ଦେବା ପାଇଁ କର୍ପୋରେଟ ଚାଷ ଆବଶ୍ୟକ କାରଣ ଗତ କିଛି ବର୍ଷ ମଧ୍ୟରେ ଖାଦ୍ୟ ମୁଦ୍ରାସ୍ଫୀତି ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି ଏବଂ ଦେଶର ଋଣ ବୃଦ୍ଧି ପାଉଛି। ପାକ ଆର୍ମି କହିଛି ଏହି ପ୍ରକଳ୍ପ ମାଧ୍ୟମରେ ଦେଶକୁ ସାହାଯ୍ୟ କରିବାକୁ ଚେଷ୍ଟା କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ସେନା ନିୟନ୍ତ୍ରଣରେ ଥିବା କ୍ଷେତରୁ ଫସଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ।

ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ପାକ ଆର୍ମିର ଏହି କୃଷି ପ୍ରକଳ୍ପକୁ ଖାଦ୍ୟ ସୁରକ୍ଷା ଅଭିଯାନ ନାମରେ ନାମିତ କରିଛି। ଏହି ଯୋଜନା ବିଷୟରେ ଦାବି କରାଯାଉଛି ଏହା ଜଳ ସଂରକ୍ଷଣ ସମୟରେ ଫସଲର ଉତ୍ତମ ଉତ୍ପାଦନରେ ସହାୟକ ହେବ। ଯଦି ପ୍ରକଳ୍ପରୁ ହେଉଥିବା ଲାଭର ୨୦ ପ୍ରତିଶତ କୃଷି ଅନୁସନ୍ଧାନ ଏବଂ ବିକାଶ କାର୍ଯ୍ୟରେ ବିନିଯୋଗ ହେବ। ଯାହାଦ୍ୱାରା ସମଗ୍ର ଦେଶରେ ଚାଷର ଅବସ୍ଥା ସୁଦୃଢ଼ ହୋଇପାରିବ। ଅବଶିଷ୍ଟ ଲାଭ ସେନା ଏବଂ ସରକାରଙ୍କ ଆକାଉଣ୍ଟକୁ ଯିବ।

ଏହି ସମଗ୍ର ପ୍ରକଳ୍ପର ଆଉ ଏକ ଆକର୍ଷଣୀୟ ଦିଗ ହେଉଛି ପଞ୍ଜାବର ଚୋଲିସ୍ତାନରେ ସେନାକୁ ଏହି ଜମି ଦିଆଯାଇଛି, ଏହା ଏକ ମରୁଭୂମି ଅଞ୍ଚଳ ଏବଂ ଏଠାରେ ବହୁ ଜଳ ଅଭାବ ରହିଛି। ଏଭଳି ପରିସ୍ଥିତିରେ ଅଧିକାଂଶ ଜମି ଖାଲି ପଡିଛି ଏବଂ ସରକାରୀ ଜମି ଅଟେ। ଏହି ପ୍ରକଳ୍ପକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ କହିଛନ୍ତି ଯେ ମରୁଭୂମି ଜମିରେ ଚାଷ କୃଷକଙ୍କ ପାଖରେ ନାହିଁ କିନ୍ତୁ ସେନା ଏଠାରେ ବିନିଯୋଗ କରି ଏହାକୁ ଚାଷ କରିପାରିବ।

ଏହି ସମଗ୍ର ପ୍ରକଳ୍ପର ଆଉ ଏକ ଆକର୍ଷଣୀୟ ଦିଗ ହେଉଛି ପଞ୍ଜାବର ଚୋଲିସ୍ତାନରେ ସେନାକୁ ଏହି ଜମି ଦିଆଯାଇଛି, ଏହା ଏକ ମରୁଭୂମି ଅଞ୍ଚଳ ଏବଂ ଏଠାରେ ଜଳ ଅଭାବ ରହିଛି। ଏଭଳି ପରିସ୍ଥିତିରେ ଅଧିକାଂଶ ସରକାରୀ ଜମି ଖାଲି ପଡିଛି। ଏହି ପ୍ରକଳ୍ପକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ କହିଛନ୍ତି ମରୁଭୂମି ଜମି କୃଷକଙ୍କ ପାଖରେ ନାହିଁ କିନ୍ତୁ ସେନା ଏଠାରେ ବିନିଯୋଗ କରି ଚାଷ କରିପାରିବ।

The post ପାକିସ୍ତାନ ସେନା ଏବେ କରିବେ ଚାଷ… appeared first on Dharitri Odia News.