ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ
କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୦ଠାରୁ ଓଡ଼ିଶାରେ ଖରିଫ ଧାନ କିଣାର ଶୁଭାରମ୍ଭ ହେବାକୁ ଥିବାବେଳେ ଏହି ଧାନ କିଣାରେ ବ୍ୟାପକ ସ୍ବଚ୍ଛତାର ସହିତ କରାଯିବା ସହିତ ମିଲ ମାଲିକଙ୍କର ଦାଦାଗିରିକୁ ବନ୍ଦ କରାଯିବ। ଏହାସହିତ ଧାନ କିଣା କାରବାରରେ ଯଦି […] The post ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ appeared first on Dharitri Odia News.
କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୦ଠାରୁ ଓଡ଼ିଶାରେ ଖରିଫ ଧାନ କିଣାର ଶୁଭାରମ୍ଭ ହେବାକୁ ଥିବାବେଳେ ଏହି ଧାନ କିଣାରେ ବ୍ୟାପକ ସ୍ବଚ୍ଛତାର ସହିତ କରାଯିବା ସହିତ ମିଲ ମାଲିକଙ୍କର ଦାଦାଗିରିକୁ ବନ୍ଦ କରାଯିବ। ଏହାସହିତ ଧାନ କିଣା କାରବାରରେ ଯଦି କୌଣସି ଅଧିକାରୀ, କର୍ମଚାରୀ ଅସାଧୁ ଉପାୟ ଅବଲମ୍ବନ କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ତାଙ୍କର ବକ୍ତବ୍ୟରେ କହିଥିଲେ।
ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହିତ ସେମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ମୋହନ ଚରଣ ମାଝିଙ୍କ ସରକାର ୪ ମାସ କାର୍ଯ୍ୟକାଳ ଅବଧି ମଧ୍ୟରେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା, ୬ ଲକ୍ଷ ଚାଷୀମାନଙ୍କୁ ପି.ଏମ. କିଷାନରେ ସାମିଲ କରିବା, ସି.ଏମ. କିଷାନ ଯୋଜନାରେ ୪୬ ଲକ୍ଷ ଚାଷୀଙ୍କୁ ସାମିଲ କରିବା, ୫୮ଟି ସବ୍ଡିଭିଜନରେ ଶୀତଳଭଣ୍ଡାର କରିବା, ଚାଷୀ ପରିବାର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା, ୩୧୪ ବ୍ଲକରେ ପନିପରିବା ମଣ୍ଡି କରିବା ନିଷ୍ପତି ଐତିହାସିକ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶର ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ ପ୍ରକାଶ ପୁହାଣ, କୃଷକ ମୋର୍ଚ୍ଚା ଜିଲା ସଭାପତି ଭାଗିରଥି ସିଂ, ଭାଜପା ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲା ପ୍ରଭାରୀ ଶଙ୍କଷର୍ର୍ଣ ଜେନା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ, ରାଧାକାନ୍ତ ମହାନ୍ତ, ପ୍ରକାଶ ସୂତ୍ରଧର, ଜିଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ, ରାଜେଶ କୁମାର ସିଂହ, ଭାବଗ୍ରାହୀ ମହାନ୍ତ, ଜୟକୃଷ୍ଣ ମହାନ୍ତ, ଅନନ୍ତ ସାହୁ, ସୁଧାକର ସାହୁ, ପ୍ରମୋଦ କୁମାର ସାହୁ, ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
The post ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ appeared first on Dharitri Odia News.