ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌ଏସିର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଏମାନେ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ବୈଠକର ସ୍ଥାନ ଓ ତାରିଖ ଘୋଷଣା କରିଛନ୍ତି। କାଉନସିଲରବୃନ୍ଦ ଉପଯୁକ୍ତ ନ୍ୟାୟ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ବେଲଗୁଣ୍ଠା ଏନ୍‌ଏସି ୧୩ଟି ଓ୍ବାର୍ଡକୁ ନେଇ ଗଠିତ। […] The post ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.

ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌ଏସିର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଏମାନେ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ବୈଠକର ସ୍ଥାନ ଓ ତାରିଖ ଘୋଷଣା କରିଛନ୍ତି। କାଉନସିଲରବୃନ୍ଦ ଉପଯୁକ୍ତ ନ୍ୟାୟ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ବେଲଗୁଣ୍ଠା ଏନ୍‌ଏସି ୧୩ଟି ଓ୍ବାର୍ଡକୁ ନେଇ ଗଠିତ। ମନୋମୁଖୀ କାର୍ଯ୍ୟ, ବିଭିନ୍ନ ଜନକଲ୍ୟାଣ କାମଗୁଡିକୁ ଜୋର୍‌ଜବରଦସ୍ତ ବନ୍ଦ ରଖିବା, କେତେକ ଓ୍ବାର୍ଡରେ ରାସ୍ତା ଓ ପୋଖରୀ କାମ ଅଧାପନ୍ତରିଆ ପଡ଼ି ରହିବା ଆଦି ଅଭିଯୋଗ ଆଣି ଉପାଧ୍ୟକ୍ଷାଙ୍କ ବିରୋଧରେ ଉକ୍ତ କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।
ସୂଚନାଯୋଗ୍ୟ ବେଲଗୁଣ୍ଠା ଗ୍ରାମର ମା’ ବ୍ରାହ୍ମଣୀଦେବୀଙ୍କ କଲ୍ୟାଣମଣ୍ଡପଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଇ ତୃତୀୟାଂଶରୁ ଊର୍ଦ୍ଧ୍ୱ କାଉନସିଲରଙ୍କ ଉପସ୍ଥିିତିରେ ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାର ନକଲ ଦରଖାସ୍ତ ସହ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

The post ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.