ଚାଲିଥିଲା ପିଜା ପାର୍ଟି..ହଠାତ୍ ସାନଭାଇକୁ ଗୁଳି କରି ନିଜକୁ ଶେଷ କରିଦେଲା ବଡ଼ଭାଇ
ପଡୋଶୀଙ୍କ ସୂଚନା ଅନୁସାରେ, ସେ ଯେତେବେଳେ ଘରେ ପହଞ୍ଚିଲେ ବିପନପାଲ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ପଡୋଶୀ ତାଙ୍କୁ ଡାକ୍ତରଖାନା ନେବାକୁ ଧରିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ନ୍ୟୁୟର୍କରେ ଜଘନ୍ୟ ହତ୍ୟାକାଣ୍ଡ। ଭାଇ ସାଜିଲା ଭଗାରୀ। ସାନଭାଇକୁ ଗୁଳି କରିବା ପରେ ନିଜ ଜୀବନ ନେଇଛି ବଡ଼ଭାଇ। ଉଭୟ ଭାରତୀୟ ବଂଶୋଦ୍ଭବ ହୋଇଥିବା ଜଣାପଡିଛି। ପିଜାପାର୍ଟି ଚାଲିଥିବା ବେଳେ ହଠାତ୍ ଏପରି କାଣ୍ଡ ଭିଆଇଥିଲା ବଡଭାଇ। ତେବେ ଆକ୍ରମଣରେ ସେମାନଙ୍କର ମା’ଙ୍କ ପେଟରେ ଗୁଳି ବାଜିଥିବା ବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ, ମୃତକମାନେ ହେଲେ ୩୩ବର୍ଷୀୟ କରମଜିତ୍ ମୁତଲାନି ଓ ସାନଭାଇ ବିପନପାଲ୍ ମୁତଲାନି। ସେମାନଙ୍କ ପ୍ରକୃତ ଘର ପଞ୍ଜାବ କପୁରତାଲା ଜିଲ୍ଲାର ନରଂଗପୁର ଗାଁରେ। ୩୩ବର୍ଷୀୟ କରମଜିତ୍ ସାନଭାଇ ବିପନପାଲ୍ ମୁତଲାନିଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ ଘରେ ଖୁସିର ମାହୋଲ ଥିଲା। ପିଜାପାର୍ଟି କରିଥିଲେ ପରିବାରବର୍ଗ। ସମସ୍ତେ ଏକାଠି ବସିଥିଲେ। ରାତି ପ୍ରାୟ ୧୦ଟା ୩୦ରେ କରମଜିତ୍ ବିପନପାଲ୍ଙ୍କ ରୁମକୁ ଧସେଇ ପଶିଥିଲେ। କିଛି ବୁଝିବା ଆଗରୁ ପାଖରେ ଥିବା ବନ୍ଧୁକରୁ ଗୁଳି ମାରିଦେଇଥିଲେ।
ଅଧିକ ପଢ଼ନ୍ତୁ: ବାଃ ବାଃ ରେ ପ୍ରେମ ! ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ...
ଏନେଇ ସେମାନଙ୍କର ବାପା ଭୂପିନ୍ଦର ମୁଲତାନୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଆକ୍ରମଣ ବେଳେ ବାପା ପଡେଶୀଙ୍କ ଘରକୁ ଚାଲିଯାଇଥିଲେ ଓ ଫୋନ୍କରି ପୋଲିସକୁ ଜଣାଇଥିଲେ। ପଡୋଶୀଙ୍କ ସୂଚନା ଅନୁସାରେ, ସେ ଯେତେବେଳେ ଘରେ ପହଞ୍ଚିଲେ ବିପନପାଲ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ସାହଯ୍ୟ ପାଇଁ ଚିତ୍କାର କରୁଥିଲେ। ପଡୋଶୀ ତାଙ୍କୁ ଡାକ୍ତରଖାନା ନେବାକୁ ଧରିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ବଡଭାଇ କମରଜିତ୍ ନିଜେ ନିଜକୁ ଗୁଳି କରି ଶେଷ କରି ଦେଇଥିଲେ।
କମରଜିତ ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ସନ୍ତାନ ଅଛନ୍ତି। ତାଙ୍କ ପାଖରେ ବନ୍ଧୁକ ଥିବା ପରିବାର ଲୋକ ଜାଣିନଥିଲେ ବୋଲି ପୋଲିସକୁ ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ କୌଣସି ବିବାଦ ନଥିବା ସେମାନଙ୍କର ବାପା କହିଛନ୍ତି। କମରଜିତ୍ ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥିବା ବେଳେ ସେ ଏପରି କାଣ୍ଡ କାହିଁକି ଭିଆଇଲେ ପରିବାର ଲୋକ ଜାଣିନଥିବା କହିଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।