ପୋଲିସ କବଜାରେ ବାଇକ ଚୋରି ଗ୍ୟାଙ୍ଗ, ୬ ଗିରଫ
ବାଲେଶ୍ବର : ପୋଲିସ କବଜାରେ ବାଇକ ଚୋରି ଗ୍ୟାଙ୍ଗ । ୬ଜଣିଆ ଗ୍ୟାଙ୍ଗକୁ କାବୁ କଲା ବାଲେଶ୍ବର ଟାଉନ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ନାବାଳକ । ଗତକାଲି କିଛି ଦୁର୍ବୃତ୍ତ ବାଲେଶ୍ବର ବାଲିଘାଟ ପୋଲ ତଳେ ଡକାୟତି ଯୋଜନା କରୁଥିବା ବେଳେ ଟାଉନ ଥାନା ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା । ୬ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟିଖଣ୍ଡା , ୨ଟି ଜୀବନ୍ତ ବୋମା […] The post ପୋଲିସ କବଜାରେ ବାଇକ ଚୋରି ଗ୍ୟାଙ୍ଗ, ୬ ଗିରଫ appeared first on KNews Odisha.

ବାଲେଶ୍ବର : ପୋଲିସ କବଜାରେ ବାଇକ ଚୋରି ଗ୍ୟାଙ୍ଗ । ୬ଜଣିଆ ଗ୍ୟାଙ୍ଗକୁ କାବୁ କଲା ବାଲେଶ୍ବର ଟାଉନ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ନାବାଳକ । ଗତକାଲି କିଛି ଦୁର୍ବୃତ୍ତ ବାଲେଶ୍ବର ବାଲିଘାଟ ପୋଲ ତଳେ ଡକାୟତି ଯୋଜନା କରୁଥିବା ବେଳେ ଟାଉନ ଥାନା ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା ।
୬ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟିଖଣ୍ଡା , ୨ଟି ଜୀବନ୍ତ ବୋମା ଜବତ କରିଥିଲା। ଏହାସହ ୬ଟି ଚୋରି ବାଇକ୍ ଜବତ ହୋଇଛି। ସେମାନେ ବାଲେଶ୍ବର ଓ ଭଦ୍ରକ ର ବିଭିନ୍ନ ଅଞ୍ଚଳରେ ବାଇକ ଚୋରି କରୁଥିବା ଜେରା ବେଳେ କହିଛନ୍ତି। ବାଲେଶ୍ବର ଏସପିଙ୍କ ନେତୃତ୍ବରେ ଏକ ସ୍ପେଶାଲ ଟିମ୍ ସମୁଦାୟ ୧୭ ଟି ବାଇକକୁ ଜବତ କରିଛି।
ପ୍ରଥମ ପର୍ଯ୍ୟାୟରେ ୫ଜଣ ବାଇକ୍ ମାଲିକଙ୍କୁ ଗାଡ଼ିର କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ବାଇକ୍ ଚାବି ହସ୍ତାନ୍ତର କରାଯାଇଛି । ବହୁ ସ୍ଥାନରେ ଛିନତାଇ, ଚୋରି ଓ ହତ୍ୟା ଘଟଣାରେ ଏହି ଗ୍ୟାଙ୍ଗ ସଂପୃକ୍ତି ଥିବା ପୋଲିସ କହିଛି।
The post ପୋଲିସ କବଜାରେ ବାଇକ ଚୋରି ଗ୍ୟାଙ୍ଗ, ୬ ଗିରଫ appeared first on KNews Odisha.