କରୋନା ଭାଇରସର ଲେଉଟାଣି ଖବର ନେଇ ଏବେ ଆତଙ୍କିତ ଲୋକେ
ଭୁବନେଶ୍ୱର : କୋଭିଡର ପ୍ରକୋପ ସରିଗଲା ବୋଲି ସମସ୍ତେ ଭାବୁଥିବା ବେଳେ ଏବେ ପୁଣି କାୟା ମେଲାଇଲାଣି ଏହାର ସଂକ୍ରମଣ । ପୁଣି ଫେରିଛି ମହାମାରୀ । ଫେରିଛି କରୋନା । ପୁଣି ଚହଳ ପକାଇଲାଣି କୋଭିଡ୍-୧୯ । ସରକାରୀ ସୂଚନା ଅନୁସାରେ ମେ ୧୯ ସୁଦ୍ଧା ଦେଶରେ ୨୫୭ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହାରି ଭିତରେ ଓଡ଼ିଶାକୁ ପୁଣି ଫେରିଲା କି କରୋନା ? […] The post କରୋନା ଭାଇରସର ଲେଉଟାଣି ଖବର ନେଇ ଏବେ ଆତଙ୍କିତ ଲୋକେ appeared first on KNews Odisha.

ଭୁବନେଶ୍ୱର : କୋଭିଡର ପ୍ରକୋପ ସରିଗଲା ବୋଲି ସମସ୍ତେ ଭାବୁଥିବା ବେଳେ ଏବେ ପୁଣି କାୟା ମେଲାଇଲାଣି ଏହାର ସଂକ୍ରମଣ । ପୁଣି ଫେରିଛି ମହାମାରୀ । ଫେରିଛି କରୋନା । ପୁଣି ଚହଳ ପକାଇଲାଣି କୋଭିଡ୍-୧୯ । ସରକାରୀ ସୂଚନା ଅନୁସାରେ ମେ ୧୯ ସୁଦ୍ଧା ଦେଶରେ ୨୫୭ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହାରି ଭିତରେ ଓଡ଼ିଶାକୁ ପୁଣି ଫେରିଲା କି କରୋନା ?
ଯାହା ଖବର ମିଳିଛି କି, ରାଜଧାନୀ ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ୩ ବର୍ଷ ପରେ ରାଜ୍ୟକୁ କୋଭିଡ ଫେରିଥିବା ଚର୍ଚ୍ଚା ହୋଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ସରକାରୀ କିଛି ଭାବ କୌଣସି ସୂଚନା ଦିଆଯାଇ ନାହିଁ।
କୋଭିଡ୍-୧୯ର ନୂଆ ଓମିକ୍ରନ୍ ସବଭାଇରାଣ୍ଟ ଏସିଆ ମହାଦେଶର ଅନେକ ରାଜ୍ୟରେ ବ୍ୟାପିବାରେ ଲାଗିଛି । ସିଙ୍ଗାପୁର ଓ ହଂକଂରେ ଏହାକୁ ନେଇ ଏବେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁସାରେ କେରଳରେ ସର୍ବାଧିକ ୬୯, ମହାରାଷ୍ଟ୍ରରେ ୪୪, ତାମିଲନାଡୁରେ ୩୪ ଏବଂ କର୍ଣ୍ଣାଟକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ସିକ୍କିମରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇର କେଇଏମ୍ ହସପିଟାଲରେ ଦୁଇ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ସଂକ୍ରମଣ ଚିନ୍ତାଜନକ ନୁହେଁ ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଅନ୍ୟପଟେ ସିଙ୍ଗାପୁରରେ କୋଭିଡ୍ ସ୍ଥିତି ସପ୍ତାହେ ମଧ୍ୟରେ ୨୮ ପ୍ରତିଶତ ବଢ଼ିଥିବା ବେଳେ ହଂକଂରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ତେବେ କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଏହି ମହାମାରୀ । ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଏ କୋଭିଡ୍ ମହାମାରୀକୁ କିଏ ବା ଭୁଲିପାରିବ । ୨୦୨୦ରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ଯାହା ଏବେ ପୁଣି ଡରାଇଲାଣି । କରୋନା ଭାଇରସର ଲେଉଟାଣି ଖବର ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।
ଏହାରି ଭିତରେ ଏହି କରୋନା ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ ତାକୁ ନେଇ ଚିନ୍ତାରେ ରହିଛନ୍ତି ଲୋକେ ? ଗୋଟେପଟେ କୋଭିଡ୍ ପିଜିଟିଭ୍ ଚିହ୍ନଟ ହେଉଥିବା ଖବର, ଅପରପଟେ ଏବେ ସାରା ରାଜ୍ୟରେ ରହିଛି କଟକଣା କୋହଳ । ଯାହା ସଂକ୍ରମଣ ବଢିବା ନେଇ ଆଶଙ୍କା ସୃଷ୍ଟି କରିଛି । କିନ୍ତୁ ଏଥିପାଇଁ ପ୍ରସ୍ତୁତ ରହିବା ସଙ୍ଗେ ସଙ୍ଗେ ଭୟଭୀତ ନହେବାର ଆବଶ୍ୟକତା ରହିଛି । ସତର୍କତା ଅବଲମ୍ବନ କଲେ ନିଶ୍ଚିତ ଏ ମହାମାରୀ କବଳରୁ ଆମେ ରକ୍ଷା ପାଇପାରିବା ।
ଆହୁରି ପଢନ୍ତୁ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଦୁଇ ଜଣଙ୍କ ମୃତ୍ୟୁ ସୂଚନା
The post କରୋନା ଭାଇରସର ଲେଉଟାଣି ଖବର ନେଇ ଏବେ ଆତଙ୍କିତ ଲୋକେ appeared first on KNews Odisha.