କଣ୍ଟାଗାଁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟି ବନ୍ଦ
ତେନ୍ତୁଳିଖୁଣ୍ଟି, ୨୩।୯(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ର କଣ୍ଟାଗାଁରେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ଏଥିସହ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ନିରୀହ ଆଦିବାସୀ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇ ନ ଥିବା ଅଭିଯୋଗକରି ସୋମବାର ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍ ପକ୍ଷରୁ ତେନ୍ତୁଳିଖୁଣ୍ଟି ବନ୍ଦ କରାଯାଇଛି। ଜରୁରିକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ସୋମବାର ଆବାହକ […] The post କଣ୍ଟାଗାଁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟି ବନ୍ଦ appeared first on Dharitri Odia News.
ତେନ୍ତୁଳିଖୁଣ୍ଟି, ୨୩।୯(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ର କଣ୍ଟାଗାଁରେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ଏଥିସହ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ନିରୀହ ଆଦିବାସୀ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇ ନ ଥିବା ଅଭିଯୋଗକରି ସୋମବାର ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍ ପକ୍ଷରୁ ତେନ୍ତୁଳିଖୁଣ୍ଟି ବନ୍ଦ କରାଯାଇଛି। ଜରୁରିକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।
ସୋମବାର ଆବାହକ ଅଖିଳ ଭତ୍ରାଙ୍କ ନେତୃତ୍ୱରେ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍ ସମସ୍ତ ସଦସ୍ୟ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, କଲେଜ ଛାତ୍ରୀଛାତ୍ର, ସରପଞ୍ଚ ସଂଘ ସଦସ୍ୟ, ବୁଦ୍ଧିଜୀବୀ, ଖବରଦାତା ଏବଂ ସ୍ଥାନୀୟ ଲୋକେ ଏହି ବନ୍ଦକୁ ସମର୍ଥନ କରିଥିଲେ। ସମସ୍ତେ କୁର୍ମାକୋଟ ଛକ ନିକଟରେ ଧାରଣାରେ ବସିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଆଦିବାସୀ ପରିବାର ଝିଅ ସହ ଏହି ଦୁର୍ଘଟଣା ଘଟିଥିବାରୁ ତଦନ୍ତ ବିଳମ୍ବ ହେଉଛି। ଏହାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍ ସଦସ୍ୟ ଓ ଅନ୍ୟମାନେ କହିଥିଲେ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରିବା, ପରିବାରକୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ଡିଏସ୍ପି ବଟକୃଷ୍ଣ ମିଶ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କୁ ୨ରୁ ୩ଦିନ ମଧ୍ୟରେ ଗିରଫ ସହ ସମ୍ପୃକ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସେ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
The post କଣ୍ଟାଗାଁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟି ବନ୍ଦ appeared first on Dharitri Odia News.