ଘାତକ ହେଲା ସେନା, ପାକିସ୍ତାନ ବିରୋଧରେ ବ୍ୟବହାର କରିବ Thousand Powder ବୋମା!
ନୂଆଦିଲ୍ଲୀ, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ବିରୋଧରେ ଏକ ବିନାଶକାରୀ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡିଛି। ଯାହାର ନାମ ହେଉଛି ‘ଥାଉଜାଣ୍ଡ ପାଉଡର’। ଏହି ପାଉଡରରୁ ନିର୍ମିତ ବୋମା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା ଯାହା ସହ ସଂସ୍ପର୍ଶରେ ଆସେ, ତାହାକୁ ଧ୍ୱଂସ କରିଦିଏ। ଏହା ପୂର୍ବରୁ ଭାରତ ପାକିସ୍ତାନ ବିରୁଦ୍ଧରେ କରିଥିବା ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହୃତ ହୋଇଥିଲା। […] The post ଘାତକ ହେଲା ସେନା, ପାକିସ୍ତାନ ବିରୋଧରେ ବ୍ୟବହାର କରିବ Thousand Powder ବୋମା! appeared first on Dharitri Odia News.
ନୂଆଦିଲ୍ଲୀ, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ବିରୋଧରେ ଏକ ବିନାଶକାରୀ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡିଛି। ଯାହାର ନାମ ହେଉଛି ‘ଥାଉଜାଣ୍ଡ ପାଉଡର’। ଏହି ପାଉଡରରୁ ନିର୍ମିତ ବୋମା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା ଯାହା ସହ ସଂସ୍ପର୍ଶରେ ଆସେ, ତାହାକୁ ଧ୍ୱଂସ କରିଦିଏ। ଏହା ପୂର୍ବରୁ ଭାରତ ପାକିସ୍ତାନ ବିରୁଦ୍ଧରେ କରିଥିବା ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହୃତ ହୋଇଥିଲା।
ସୂଚନା ଅନୁଯାୟୀ, ଭାରତର ସୁଖୋଇ, ରାଫେଲ ଓ ମିରାଜ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଥାଇ ମଧ୍ୟ ଏହି ‘ଥାଉଜାଣ୍ଡ ପାଉଡର’ ଦ୍ୱାରା ର୍ନିମିତ ବୋମା ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଧିକ ପ୍ରଭାବୀ ଭାବେ କାର୍ଯ୍ୟ କରିଥାଏ। ଗତ ସର୍ଜିକାଲ ଷ୍ଟ୍ରାଇକ ସମୟରେ ଭାରତ ୧୦୦୦ କିଲୋଗ୍ରାମର ଏକ ବୋମା ବ୍ୟବହାର କରିଥିଲା, ଯାହା ଏହି ପାଉଡରରୁ ତିଆରି ହୋଇଥିଲା।
ଏହା ମଧ୍ୟରେ ପାକିସ୍ତାନ ସରକାର ତାଙ୍କ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ରଦ୍ଦ କରିଛନ୍ତି। ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ଭାରତ ଆତଙ୍କବାଦକୁ ର୍ନିମୂଳ କରିବା ପାଇଁ ପ୍ରୟାସ କରୁଛି। ଏହି ପ୍ରୟାସରେ ଭାରତୀୟ ସରକାର ପାକିସ୍ତାନ ଅଧୀନସ୍ଥ ଜାମ୍ମୁ ଓ କଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ।
ଏହା ବ୍ୟତୀତ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଦାବି କରିଛି ଯେ ତାଙ୍କ ପାଖରେ ଏକ ‘ବିଶ୍ୱସନୀୟ ଗୁଇନ୍ଦା ସୂଚନା’ ଅଛି, ଯେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ସେମାନଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରିପାରେ। ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି ଯେ ଭାରତ ପହଲଗାମ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସମ୍ପର୍କିତ ‘ମିଥ୍ୟା ଓ ବାନୋଟ’ ଅଭିଯୋଗ ଆଧାରରେ ଏହି ଆକ୍ରମଣର ଯୋଜନା କରୁଛି।
ଅନ୍ୟପକ୍ଷରେ, ଭାରତୀୟ ବାୟୁସେନା ‘ଆକ୍ରମଣ’ ନାମକ ଏକ ବୃହତ ଯୁଦ୍ଧାଭ୍ୟାସ କରୁଛି, ଯେଉଁଥିରେ ରାଫେଲ, ମିରାଜ ଓ ସୁଖୋଇ ଭଳି ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଏହି ଅଭ୍ୟାସ ପାହାଲଗାମ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଏବଂ ଏହା ପାକିସ୍ତାନକୁ ଏକ ଶକ୍ତ ସଙ୍କେତ ଦେଉଛି।
ଏହି ଘଟଣାକ୍ରମ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ପାକିସ୍ତାନ କହିଛି ଯେ ସେ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନର ‘ନିଶ୍ଚିତ ଓ ର୍ନିଣ୍ଣାୟକ’ ଜବାବ ଦେବ। ତେବେ ଭାରତର ଏହି ରଣନୀତି ଏବଂ ‘ଥାଉଜାଣ୍ଡ ପାଉଡର’ର ବ୍ୟବହାର ଆଗାମୀ ଦିନରେ ସ୍ଥିତିକୁ ଆହୁରି ଜଟିଳ କରିପାରେ।
The post ଘାତକ ହେଲା ସେନା, ପାକିସ୍ତାନ ବିରୋଧରେ ବ୍ୟବହାର କରିବ Thousand Powder ବୋମା! appeared first on Dharitri Odia News.