ବିଜେଡି, ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ: ଅଜୟ କୁମାର
ଭୁବନେଶ୍ୱର, ୨୮।୫(ସୁନିତ୍ ମିଶ୍ର): ଆଉ ୨ ଦିନ ପରେ ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବ। ତେଣୁ ରାଜ୍ୟବାସୀ ବିଜେଡି ଓ ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ। ନିଜ ପରିବାରର ଅଧିକାର ପାଇଁ ଭୋଟ ଦିଅନ୍ତୁ। ଗତ ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡି-ଭାଜପା ଶାସନରେ ଯାହା ହୋଇପାରିନାହିଁ ରାଜ୍ୟବାସୀଙ୍କ ପାଇଁ ତାହା କଂଗ୍ରେସ କରିଦେଖାଇବ। ଅତୀତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ, […] The post ବିଜେଡି, ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ: ଅଜୟ କୁମାର appeared first on Dharitri Odia News.
ଭୁବନେଶ୍ୱର, ୨୮।୫(ସୁନିତ୍ ମିଶ୍ର): ଆଉ ୨ ଦିନ ପରେ ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବ। ତେଣୁ ରାଜ୍ୟବାସୀ ବିଜେଡି ଓ ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ। ନିଜ ପରିବାରର ଅଧିକାର ପାଇଁ ଭୋଟ ଦିଅନ୍ତୁ। ଗତ ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡି-ଭାଜପା ଶାସନରେ ଯାହା ହୋଇପାରିନାହିଁ ରାଜ୍ୟବାସୀଙ୍କ ପାଇଁ ତାହା କଂଗ୍ରେସ କରିଦେଖାଇବ। ଅତୀତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ, ଏମ୍ଜିଏନ୍ଆର୍ଇଜିଏସ୍ରେ ଗ୍ରାମାଞ୍ଚଳର ଗରିବ ପରିବାରକୁ ରୋଜଗାର କଂଗ୍ରେସ ସରକାର ହିଁ ଦେଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର କେବଳ କଂଗ୍ରେସ ଯୋଜନାକୁ ନିଜ ନାମରେ କରାଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କ କଥାରେ ଭାସି ନ ଯାଇ ନିଜର ଭବିଷ୍ୟତ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆହ୍ବାନ କରିଛନ୍ତି।
ମଙ୍ଗଳବାର କଂଗ୍ରେସ ଭବନରେଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳୀନରେ ଅଜୟ କୁମାର କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କୁ ବୋନସ ସହ ଧାନ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା ଏମ୍ଏସ୍ପି ପ୍ରଦାନ କରାଯିବ, ଯାହାକି ନବୀନ ସରକାର ମାତ୍ର ୧୭୦୦ ଟଙ୍କା ଦେଉଛନ୍ତି। ଏଥିସହ କୃଷିଋଣ ଛାଡ଼ କରାଯିବ ଓ କୃଷକଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ମଧ୍ୟ ପ୍ରଦାନ କରାଯିବ। ଏଥିସହ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ୍ ଛାଡ଼ କରାଯିବ। ଏହାଦ୍ୱାରା ସେମାନଙ୍କ ମାସିକ ୨ରୁ ୩ ହଜାର ଟଙ୍କା ସଞ୍ଚୟ ହୋଇପାରିବ। ୫ ହଜାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ସ୍ନାତକ ଓ ଡିପ୍ଲୋମାଧାରୀ ବେକାରଙ୍କୁ ମାସିକ ୩ ହଜାର ଟଙ୍କାର ବେକାରି ଭତ୍ତା ମିଳିବ। ସେହିପରି ୧୦୦ ଦିନ ମଧ୍ୟରେ ଜାତି ଜନଗଣନା କରିବାକୁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି। ଏହାଦ୍ୱାରା ସାଧାରଣ ଗରିବ ପରିବାର, ଏସ୍ସି, ଏସ୍ଟି ଓ ଓବିସି ବର୍ଗ ବିଭିନ୍ନ କ୍ଷେତ୍ରରେ ସୁବିଧା ପାଇପାରିବେ। ସେହିପରି ୬ ମାସ ମଧ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ ଯୋଜନା ଲାଗୁ ଏବଂ ପ୍ରତ୍ୟେକ ସରକାରୀ ଚାକିରିକୁ ସ୍ଥାୟୀ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଉଛି ବୋଲି ଅଜୟ କୁମାର କହିଛନ୍ତି।
The post ବିଜେଡି, ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ: ଅଜୟ କୁମାର appeared first on Dharitri Odia News.