ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ ଠାକୁରାଣୀଙ୍କ ମୁଖ୍ୟ ପୂଜକ ନନ୍ଦକିଶୋର ଧରୁଆଙ୍କ ଘରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମା’ଙ୍କ ଘଟ କଳସକୁ ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ, ବିଘ୍ନ ରାଜ ପ୍ରଧାନୀ ଓ ଗଣ୍ଡା ଗୋବର୍ଦ୍ଧନ ବାଗଙ୍କ ଘରକୁ ନେଇ ପୂଜାର୍ଚ୍ଚନା କରିବା ବିଧି ଅନୁସାରେ ନିୟମ ରହିଛି। ସେଠାରେ ପୂଜା ପାଇବା […] The post ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ appeared first on Dharitri Odia News.

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ ଠାକୁରାଣୀଙ୍କ ମୁଖ୍ୟ ପୂଜକ ନନ୍ଦକିଶୋର ଧରୁଆଙ୍କ ଘରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମା’ଙ୍କ ଘଟ କଳସକୁ ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ, ବିଘ୍ନ ରାଜ ପ୍ରଧାନୀ ଓ ଗଣ୍ଡା ଗୋବର୍ଦ୍ଧନ ବାଗଙ୍କ ଘରକୁ ନେଇ ପୂଜାର୍ଚ୍ଚନା କରିବା ବିଧି ଅନୁସାରେ ନିୟମ ରହିଛି।

ସେଠାରେ ପୂଜା ପାଇବା ପରେ ମା’ଙ୍କ ଘଟ ନଗର ପରିକ୍ରମାରେ ବାହାରିଥିଲା। ମହିଳା ଶ୍ରଦ୍ଧାଳୁମାନେ ଦାଣ୍ଡ ଦୁଆରକୁ ଲିପାପୋଛା କରିବା, ଝୋଟି ଦେଇ ମୁଆଁ, ନଡ଼ିଆ, ଧୂପ ଦୀପ ଦେଇ ମା’ଙ୍କ ସଦୃଶ କଳସକୁ ବନ୍ଦାପନା କରି ସ୍ବାଗତ କରି ପରିବାର ପାଇଁ ମଙ୍ଗଳ କାମନା କରିଥିଲେ। ଦୁଇ ଦିନ ଧରି ଗ୍ରାମ ପରିକ୍ରମା ପରେ ମଙ୍ଗଳବାର ମା’ଙ୍କ ଏହି ଘଟ ଯାତ୍ରା ଶେଷ ହେବ। କୋକସରା ଗ୍ରାମର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଠାକୁରାଣୀ। ମା’ ଠାକୁରାଣୀଙ୍କ ଉପରେ ଗ୍ରାମବାସୀଙ୍କ ରହିଛି ଅଗାଢ ଆସ୍ଥା ଓ ବିଶ୍ୱାସ।

ବର୍ଷ ତମାମ ଭକ୍ତମାନଙ୍କୁ ମା’ ନିଜ ମନ୍ଦିରରେ ଦର୍ଶନ ଦେଉଥିବା ବେଳେ ମା’ଙ୍କ ଚୈତ୍ର ପର୍ବ ସମୟରେ ମା’ଙ୍କ ପ୍ରତିମା ସରୂପ ଘଟ(କାଳିସୀ)ମନ୍ଦିରରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୁହଁରେ ଦର୍ଶନ ଦେଇଥାନ୍ତି ମା’ ଠାକୁରାଣୀ। ଏହିପର୍ବ ସମୟରେ ୨ଜଣ କୁଆଁରୀ କନ୍ୟାଙ୍କ ଦ୍ୱାରା ମା’ ଠାକୁରାଣୀଙ୍କ ଘଟ ବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରାଯାଇଥାଏ। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା’ଙ୍କ ଯାତ୍ରାର ଦିନେ ପୂର୍ବରୁ ମା’ଙ୍କ ଘଟ (କାଳିସୀ) କେଉଁ କୁଆଁରୀ କନ୍ୟା ଧାରଣ କରିବେ ତାହା ଉପରେ ଦେବୀଙ୍କ ମୁଖ୍ୟ ପୂଜକଙ୍କୁ ସପ୍ନାଦେଶ ହୋଇଥାଏ। ତାପରେ ପୂଜକ ସେହି ଘରକୁ ଯାଇ କିଶୋରୀମାନଙ୍କୁ ମନ୍ଦିରକୁ ନେଇ ଆସନ୍ତି। ଏହା ପରେ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମା’ଙ୍କ ଶିରାଙ୍କ ଦେହରେ କାଳିଶି ରୂପରେ ମା’ଙ୍କ ଆର୍ବିଭାବ ହୋଇଥାଏ। ଏହା ପରେ ମା’ଙ୍କ ଘଟ ନଗର ପରିକ୍ରମା ଅଭିମୁଖେ ବାହାରିଥାଏ।

ଏହି ସମୟରେ ମା’ଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ମଙ୍ଗଳବାର ମା’ଙ୍କ ଘଟ ଯାତ୍ରା ନଗର ପରିକ୍ରମା ସାରି ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ। ପରେ ମାନସିକଧାରୀ ଭକ୍ତମାନେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ମା’ଙ୍କ ନିକଟରେ ଅର୍ପଣ କରିବେ। ଚୈତ୍ର ଯାତ୍ରାରେ ମା’ଙ୍କ ପୂଜକ ଦିଲୀପ ଧରୁଆ, ଦିଲୁ ସିଂ ଧରୁଆ, ଶିରା ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ପରମାନନ୍ଦ ରାଉତ, କେଦାର ମାଝୀ, ବିଜୟ ରାଉତ, ଜଳନ୍ଧର ନାଏକ, ରାମ ପ୍ରସାଦ ନାଏକଙ୍କ ସମେତ ମହିଳାମାନେ ଠାକୁରାଣୀ ଘଟ ଯାତ୍ରାରେ ସହଯୋଗ କରିଥିଲେ।

The post ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ appeared first on Dharitri Odia News.