ଚଳିତ ବର୍ଷ ମଲେଣି ୫୦ ହାତୀ, ଚିନ୍ତା ପ୍ରକଟ କରି ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୩।୧୧: ଚଳିତ ବର୍ଷ ଓଡ଼ିଶାରେ ୫୦ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ହୋଇଛି।ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାତୀ ମୃତ୍ୟୁ ଘଟଣାର ଡିଭିଜନ୍ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଏବଂ ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ଅତିରିକ୍ତ ମୁଖ୍ୟ […] The post ଚଳିତ ବର୍ଷ ମଲେଣି ୫୦ ହାତୀ, ଚିନ୍ତା ପ୍ରକଟ କରି ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର appeared first on Dharitri Odia News.
ଭୁବନେଶ୍ୱର,୩।୧୧: ଚଳିତ ବର୍ଷ ଓଡ଼ିଶାରେ ୫୦ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ହୋଇଛି।ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ହାତୀ ମୃତ୍ୟୁ ଘଟଣାର ଡିଭିଜନ୍ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଏବଂ ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଲେଖିଥିବା ଚିଠିରେ ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ଅତିରିକ୍ତ ଯତ୍ନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜ ସାଥୀ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦଳ ସମେତ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ ହାତୀମାନଙ୍କ ସୁରକ୍ଷା ପାଇଁ ଆଇନଗତ ସୁରକ୍ଷା ବ୍ୟବସ୍ଥା ସହିତ ସୁରକ୍ଷିତ ପରିବେଶ ନିଶ୍ଚିତ କରିବାକୁ ଜଙ୍ଗଲ ଅଧିକାରୀଙ୍କ ପକ୍ଷରୁ ଅଧିକ ଯତ୍ନ ଏବଂ ଆନ୍ତରିକତା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ପ୍ରସଙ୍ଗରେ ପ୍ରାଥମିକତା ଦିଆଯିବା ଆବଶ୍ୟକ ଏବଂ ତ୍ରୁଟିପୂର୍ଣ୍ଣ ଅଧିକାରୀଙ୍କୁ ସ୍କଟମୁକ୍ତ କରାଯିବା ଉଚିତ ନୁହେଁ। ହାତୀଙ୍କ ଜୀବନ ରକ୍ଷା କରିବାରେ ଅବହେଳା ଏବଂ ଅପାରଗତା ଥିବା ଅଧିକାରୀଙ୍କ ବିରୋଧରେ ଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
The post ଚଳିତ ବର୍ଷ ମଲେଣି ୫୦ ହାତୀ, ଚିନ୍ତା ପ୍ରକଟ କରି ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର appeared first on Dharitri Odia News.