ରାଜନୈତିକ ଆକ୍ରୋଶରୁ ଘର ପୋଡ଼ିଦେଲେ
ଭଦ୍ରକ(ସନାତନ ରାଉତ)/ବନ୍ତ(ହରିନାରାୟଣ ମହାନ୍ତି), ୧୧।୬:ଭଦ୍ରକ ଜିଲା ବନ୍ତ ବ୍ଲକର ଗୋବିନ୍ଦପୁର ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଗୋବିନ୍ଦପୁର ବଜାରସ୍ଥିତ ସତ୍ୟବ୍ରତ ସାହୁଙ୍କ ଘରେ ରବିବାର ରାତିରେ ଦୁର୍ବୃତ୍ତମାନେ ନିଅଁା ଲଗାଇ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରାଯାଇଛି। ରାଜନୈତିକ ଆକ୍ରୋଶରୁ ତାଙ୍କ ଘର ପୋଡ଼ି ଦିଆଯାଇଥିବା ନେଇ ସତ୍ୟବ୍ରତ ସୋମବାର ସକାଳେ କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ।ୂଚନା ଅନୁଯାୟୀ, ପଡ଼ୋଶୀ ଶରତ […] The post ରାଜନୈତିକ ଆକ୍ରୋଶରୁ ଘର ପୋଡ଼ିଦେଲେ appeared first on Dharitri Odia News.
ଭଦ୍ରକ(ସନାତନ ରାଉତ)/ବନ୍ତ(ହରିନାରାୟଣ ମହାନ୍ତି), ୧୧।୬:ଭଦ୍ରକ ଜିଲା ବନ୍ତ ବ୍ଲକର ଗୋବିନ୍ଦପୁର ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଗୋବିନ୍ଦପୁର ବଜାରସ୍ଥିତ ସତ୍ୟବ୍ରତ ସାହୁଙ୍କ ଘରେ ରବିବାର ରାତିରେ ଦୁର୍ବୃତ୍ତମାନେ ନିଅଁା ଲଗାଇ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରାଯାଇଛି। ରାଜନୈତିକ ଆକ୍ରୋଶରୁ ତାଙ୍କ ଘର ପୋଡ଼ି ଦିଆଯାଇଥିବା ନେଇ ସତ୍ୟବ୍ରତ ସୋମବାର ସକାଳେ କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
।ୂଚନା ଅନୁଯାୟୀ, ପଡ଼ୋଶୀ ଶରତ ପଣ୍ଡାଙ୍କ ପୁଅ ଦୀପକ ରାତିରେ ବାହାରକୁ ଉଠିଥିବା ବେଳେ ସତ୍ୟବ୍ରତଙ୍କ ଘର ଜଳୁଥିବା ଦେଖିଥିଲେ। ସେ ସତ୍ୟବ୍ରତଙ୍କୁ ଡାକ ପକାଇବାରୁ ପରିବାର ଲୋକେ ବାହାରକୁ ପଳାଇ ଆସି ଜୀବନ ବଞ୍ଚାଇଥିଲେ। ନିଅଁା ଲଗାଇଥିବା ଦୁର୍ବୃତ୍ତମାନେ ନିକଟସ୍ଥ ବାରମାଣିଆ ଗ୍ରାମର ଦାଶରଥି ନାୟକଙ୍କ ଘରେ ଲୁଚିଥିବା ସନ୍ଦେହ କରି ବହୁ ଲୋକ ସେଠାରେ ରାତିରୁ ନଜର ରଖିଥିବା ସହ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ତାଙ୍କ ଘରେ ଥିବା ୨ଟି ବାଇକ୍ ଓ ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲୋକେ ହୋହଲ୍ଲା କରିଥିଲେ। ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚତ୍ ମହିଳା ପୋଲିସ ସହ ଘର ଭିତରେ ଲୁଚି ରହିଥିବା ୩ଜଣଙ୍କୁ ଧରି ଫାଣ୍ଡିକୁ ନେଇ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭାଙ୍ଗିବା ସହ ଗାଳିଗୁଲଜ ଓ ଆକ୍ରମଣ କରିଥିବା ନେଇ ଦାଶରଥିଙ୍କ ସ୍ତ୍ରୀ ପୁଷ୍ପଲତା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣରେ ତାଙ୍କ ଝିଅ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସେ ଏତଲାରେ ଦର୍ଶାଇଛନ୍ତି। ଉଭୟ ପକ୍ଷର ଅଭିଯୋଗକ୍ରମେ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି।
The post ରାଜନୈତିକ ଆକ୍ରୋଶରୁ ଘର ପୋଡ଼ିଦେଲେ appeared first on Dharitri Odia News.