ଧଉଳି ଏକ୍ସପ୍ରେସରୁ ଏକ କେଜି ସୁନା ଜବତ, ଅବୈଧ ଭାବରେ ହେଉଥିଲା ଚାଲାଣ

କଟକ: ଆରପିଏଫ୍ ଥାନା ପୋଲିସକୁ ବଡ଼ ସଫଳତା। ବିନା କାଗଜପତ୍ରରେ ଚାଲାଣ ହେଉଥିବା ଏକ କେଜି ଓଜନର ସୁନା ଜବତ କରିଛି ପୋଲିସ। ସୂଚନା ଅନୁସାରେ, ମଙ୍ଗଳବାର ଧଉଳି ଏକ୍ସପ୍ରେସରେ ଜଣେ ବ୍ୟକ୍ତି ଏକ କେଜିରୁ ଅଧିକ ସୁନା ନେଇ ଯାଉଥିବା ସୂଚନା ମିଳିଥିଲା। ଏହା ପରେ ପୋଲିସ ତଲାସୀ କରିବା ପରେ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ପଲାସ ପାତ୍ରଙ୍କ ବ୍ୟାଗରୁ ସୁନା ଗହଣା ଜବତ କରିଥିଲା। ଓଜନ ପରେ ଏହାର ଓଜନ ଏକ କେଜି ହୋଇଥିବା ଜଣାପଡ଼ିଥିଲା। ତେବେ ଏହି ସୁନାର କୌଣସି କାଗଜପତ୍ର ଦେଖାଇ ନପରିବାରୁ ଆରପିଏଫ୍ ଥାନା ପୋଲିସ ସୁନାକୁ ଜବତ କରିବା ସହ ସୁନା ଚାଲାଣକାରୀ ବ୍ୟକ୍ତିଙ୍କୁ ଅଟକ ରଖିଛି। ପୋଲିସକୁ ଦେଇଥିବା ବୟାନରେ ପଲାସ ପାତ୍ର ବିନା କାଗଜପତ୍ରରେ ସୁନା ଦୋକାନମାନଙ୍କୁ ସୁନା ଗହଣା ଚାଲାଣ କରୁଥିବା କଥା ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଆରପିଏଫ୍ ଥାନା ଅଧିକାରୀ।

ଧଉଳି ଏକ୍ସପ୍ରେସରୁ ଏକ କେଜି ସୁନା ଜବତ, ଅବୈଧ ଭାବରେ ହେଉଥିଲା ଚାଲାଣ

କଟକ: ଆରପିଏଫ୍ ଥାନା ପୋଲିସକୁ ବଡ଼ ସଫଳତା। ବିନା କାଗଜପତ୍ରରେ ଚାଲାଣ ହେଉଥିବା ଏକ କେଜି ଓଜନର ସୁନା ଜବତ କରିଛି ପୋଲିସ। ସୂଚନା ଅନୁସାରେ, ମଙ୍ଗଳବାର ଧଉଳି ଏକ୍ସପ୍ରେସରେ ଜଣେ ବ୍ୟକ୍ତି ଏକ କେଜିରୁ ଅଧିକ ସୁନା ନେଇ ଯାଉଥିବା ସୂଚନା ମିଳିଥିଲା। 

ଏହା ପରେ ପୋଲିସ ତଲାସୀ କରିବା ପରେ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ପଲାସ ପାତ୍ରଙ୍କ ବ୍ୟାଗରୁ ସୁନା ଗହଣା ଜବତ କରିଥିଲା। ଓଜନ ପରେ ଏହାର ଓଜନ ଏକ କେଜି ହୋଇଥିବା ଜଣାପଡ଼ିଥିଲା। ତେବେ ଏହି ସୁନାର କୌଣସି କାଗଜପତ୍ର ଦେଖାଇ ନପରିବାରୁ ଆରପିଏଫ୍ ଥାନା ପୋଲିସ ସୁନାକୁ ଜବତ କରିବା ସହ ସୁନା ଚାଲାଣକାରୀ ବ୍ୟକ୍ତିଙ୍କୁ ଅଟକ ରଖିଛି। 

ପୋଲିସକୁ ଦେଇଥିବା ବୟାନରେ ପଲାସ ପାତ୍ର ବିନା କାଗଜପତ୍ରରେ ସୁନା ଦୋକାନମାନଙ୍କୁ ସୁନା ଗହଣା ଚାଲାଣ କରୁଥିବା କଥା ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଆରପିଏଫ୍ ଥାନା ଅଧିକାରୀ।