ଶିବନାରାୟଣପୁର ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ସୁରକ୍ଷାକର୍ମୀ ଆହତ

ନୂଆପଡ଼ା ୨୦।୦୫ : ଏସ୍‌ଓଜି-ମାଓବାଦୀ ଗୁଳିବିନିମୟ । ଛତିଶଗଡ଼-ଓଡିଶା ଗରିଆବଦ୍ଧ-ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁର ଜଙ୍ଗଲରେ ଏନ୍‌କାଉଣ୍ଟର । ଏହି ଗୁଳିବିନିମୟରେ ଜଣେ ଏସ୍‌ଓଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରୁ ୩ଟା ମଧ୍ୟରେ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଜଙ୍ଗଲରେ ଲୁଚି ଥିବା ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ହୋଇଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ହେଲେ ଏହି ଗୁଳିବିନିମୟରେ ଏସ୍‌ଓଜି ୩୩ ଟିମ୍‌ର ଜଣେ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ଯାହାଫଳରେ ସେ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଗରିଆବନ୍ଧ ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ରାୟପୁର ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି । ଶିବନାରାୟଣପୁର ଜଙ୍ଗଲରେ ଏସ୍‌ଓଜି ୧୩ର ଟିମ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି । 

ଶିବନାରାୟଣପୁର ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ସୁରକ୍ଷାକର୍ମୀ ଆହତ

ନୂଆପଡ଼ା ୨୦।୦୫ : ଏସ୍‌ଓଜି-ମାଓବାଦୀ ଗୁଳିବିନିମୟ । ଛତିଶଗଡ଼-ଓଡିଶା ଗରିଆବଦ୍ଧ-ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁର ଜଙ୍ଗଲରେ ଏନ୍‌କାଉଣ୍ଟର । ଏହି ଗୁଳିବିନିମୟରେ ଜଣେ ଏସ୍‌ଓଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି । 

ଖବର ଅନୁଯାୟୀ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରୁ ୩ଟା ମଧ୍ୟରେ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଜଙ୍ଗଲରେ ଲୁଚି ଥିବା ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ହୋଇଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ହେଲେ ଏହି ଗୁଳିବିନିମୟରେ ଏସ୍‌ଓଜି ୩୩ ଟିମ୍‌ର ଜଣେ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ଯାହାଫଳରେ ସେ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଗରିଆବନ୍ଧ ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ରାୟପୁର ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । 

ଅନ୍ୟପଟେ ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି । ଶିବନାରାୟଣପୁର ଜଙ୍ଗଲରେ ଏସ୍‌ଓଜି ୧୩ର ଟିମ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି ।