ତେଲେଙ୍ଗାନାରେ ଏନକାଉଣ୍ଟର, ପୋଲିସ୍ ଗୁଳିରେ ଟଳିଲେ ୭ ମାଓବାଦୀ

ମୁମ୍ଵାଇ ୦୧।୧୨; ଏନ୍‌କାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାରେ ମୁଲୁଗୁ ଜିଲ୍ଲା ଏଟୁରୁନଗରମ୍ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ସର୍ଚ୍ଚ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲେ ସୁରକ୍ଷାକର୍ମୀ  ଓ ନକ୍ସଲ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଯବାନଙ୍କ ପାଲଟା ଆକ୍ରମଣରେ ୭ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ବିସ୍ଫୋରଣ ସାମଗ୍ରୀ, ବନ୍ଧୁକ ସହ ମାଓବାଦୀ ବ୍ୟବହାର କରୁଥିବା ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।ପୋଲିସ ସୂଚନା ମୁତାବକ, ଆଜି ସକାଳୁ ଏହି ଏନ୍‌କାଉଣ୍ଟର ହୋଇଛି । ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ମଣ୍ଡଳର ଚଲପାକା ଜଙ୍ଗଲରେ ତେଲେଙ୍ଗାନା ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍‌ପେଟ୍‌ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଥିଲେ। ସେହିପରି ଦୁଇ

ତେଲେଙ୍ଗାନାରେ ଏନକାଉଣ୍ଟର, ପୋଲିସ୍ ଗୁଳିରେ ଟଳିଲେ ୭ ମାଓବାଦୀ

ମୁମ୍ଵାଇ ୦୧।୧୨; ଏନ୍‌କାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାରେ ମୁଲୁଗୁ ଜିଲ୍ଲା ଏଟୁରୁନଗରମ୍ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ସର୍ଚ୍ଚ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲେ ସୁରକ୍ଷାକର୍ମୀ  ଓ ନକ୍ସଲ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଯବାନଙ୍କ ପାଲଟା ଆକ୍ରମଣରେ ୭ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ବିସ୍ଫୋରଣ ସାମଗ୍ରୀ, ବନ୍ଧୁକ ସହ ମାଓବାଦୀ ବ୍ୟବହାର କରୁଥିବା ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ପୋଲିସ ସୂଚନା ମୁତାବକ, ଆଜି ସକାଳୁ ଏହି ଏନ୍‌କାଉଣ୍ଟର ହୋଇଛି । ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ମଣ୍ଡଳର ଚଲପାକା ଜଙ୍ଗଲରେ ତେଲେଙ୍ଗାନା ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍‌ପେଟ୍‌ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଥିଲେ। ସେହିପରି ଦୁଇ ଜଣ ପୋଲିସକର୍ମୀ ଆହତ ମଧ୍ୟ ହୋଇଥିଲେ।