ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ

ଗଜପତି(ଗିରିଧାରୀ ପରିଛା):୩୧।୩: ଉତ୍କଳ ଦିବସ ଅବଶରରେ ନିଜର ପ୍ରଥମ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ। ସମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ପାଣିଗ୍ରାହି କହିଛନ୍ତି,  ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ସେ ବିଧାୟକ ପାଣ୍ଠି ପ୍ରଦାନ କରିବେ। ଉତ୍କଳ ଦିବସରେ ପାଖାପାଖି ୩କୋଟି ଟଙ୍କାର ଅନୁଦାନ ଆରମ୍ଭ କରିବେ। ବିଶେଷ କରି ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ପୂର୍ବରୁ ୫୦ଲକ୍ଷ ଦେବାପାଇଁ […] The post ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ appeared first on Dharitri Odia News.

ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ
ଗଜପତି(ଗିରିଧାରୀ ପରିଛା):୩୧।୩: ଉତ୍କଳ ଦିବସ ଅବଶରରେ ନିଜର ପ୍ରଥମ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ। ସମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ପାଣିଗ୍ରାହି କହିଛନ୍ତି,  ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ସେ ବିଧାୟକ ପାଣ୍ଠି ପ୍ରଦାନ କରିବେ। ଉତ୍କଳ ଦିବସରେ ପାଖାପାଖି ୩କୋଟି ଟଙ୍କାର ଅନୁଦାନ ଆରମ୍ଭ କରିବେ। ବିଶେଷ କରି ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ପୂର୍ବରୁ ୫୦ଲକ୍ଷ ଦେବାପାଇଁ ଘୋଷଣା କରିଥିବା ବେଳେ ଏହାକୁ ପ୍ରଦାନ କରାଯାଇ ଶୁଭାରମ୍ଭ କରାଯିବ। ଗୋଷାଣୀ ବ୍ଳକକୁ ପାଖାପାଖି ୧କୋଟି ୧୫ଲକ୍ଷ, କାଶୀନଗର ବ୍ଲକ ୫୬ଲକ୍ଷ, ଗୁମ୍ମାବ୍ଳକ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦେବାପାଇଁ ସ୍ଥିର କରାଯାଇଛି।
ସେହିଭଳି ପାରଳାଖେମୁଣ୍ଡି ସହରର ନିମନ୍ତେ ୮୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦନା କରିବା ପାଇଁ ଘୋଷଣା କରାଯାଇଛି। ଏହାସହ ଗୋଷାଣୀ ବ୍ଳକ ଅଧିନସ୍ଥ କେରାଣ୍ଡି ପଞ୍ଚାୟତର  ମହେନ୍ଦ୍ର ତନାୟ ନଦୀ ପ୍ରାଙ୍ଗଣରେ ନୂତନ ଭାବେ ନିର୍ମାଣଧୀନ ଥିବା ଶ୍ମଶାନ ଘାଟ ନିମନ୍ତେ ୫ଲକ୍ଷ ଟଙ୍କା ପ୍ରଦନା କରାଯିବ।
       ଏହାସହ ସେ କହିଥିଲେ ସେ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଯେଉଁ  ସବୁ ସମସ୍ୟା ରହିଛି ସେହି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ପାଇଁ କାର୍ଯ୍ୟ କରିବେ।

The post ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ appeared first on Dharitri Odia News.