ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ
ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜେଡି ଏବଂ ଭାଜପା ସମ୍ବଲପୁରୀ କପଡାକୁ ମାଧ୍ୟମ କରି ବୁଣାକାର ଏବଂ ସମ୍ବଲପୁରୀ ପ୍ରେମୀଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ି ଶଙ୍ଖର ଭିଡିଓ ରେକର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ପରେ ଉଭୟ ଦଳ ମଧ୍ୟରେ ଏହି […] The post ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ appeared first on Dharitri Odia News.
ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜେଡି ଏବଂ ଭାଜପା ସମ୍ବଲପୁରୀ କପଡାକୁ ମାଧ୍ୟମ କରି ବୁଣାକାର ଏବଂ ସମ୍ବଲପୁରୀ ପ୍ରେମୀଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ି ଶଙ୍ଖର ଭିଡିଓ ରେକର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ପରେ ଉଭୟ ଦଳ ମଧ୍ୟରେ ଏହି ବାକ୍ଯୁଦ୍ଧ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ିଶଙ୍ଖର ଭିଡିଓ ପ୍ରସାରିତ ହେଉଥିବା ସହି ନ ପାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିବାକୁ ପ୍ରୟାସ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ଲେଲିନ ମହାନ୍ତି ପ୍ରତିକ୍ରିୟା ଦେଇଥିଲେ। ଏହା ସମଗ୍ର ପଶ୍ଚିମ ଓଡ଼ିଶାର ବୁଣାକାରମାନଙ୍କୁ ଅପମାନିତ କରିଛି ବୋଲି ଡ. ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ। ଏହାପରେ ଭାଜପାର ଡ. ପ୍ରମୋଦ ରଥ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ଅଯଥାରେ ସମ୍ବଲପୁରୀ ଲୁଙ୍ଗି କହି ମିଛ ପ୍ରଚାର କରାଯାଉଥିବା କହିବା ସହିତ ଓଡ଼ିଆ ସଂସ୍କୃତି ଧୋତି ସହ ଜଡ଼ିତ ବୋଲି କହିଥିଲେ। କୌଣସି ଓଡ଼ିଆ ଲୁଙ୍ଗିପିନ୍ଧି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥାଏ ବୋଲି କହିଥିଲେ। ଏହାସହ ଖବରଦାତା ସମ୍ମିଳନୀରେ ସମ୍ବଲପୁରୀ ଲୁଙ୍ଗିର ନମୁନା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ସମ୍ବଲପୁରୀ କହି ବୁଣାକାରମାନଙ୍କ ସମବେଦନା ହାସଲ କରିବାକୁ ବିଜେଡି ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ପୁଣି ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର ମହାନ୍ତି କହିଥିଲେ ଯେ, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଲୁଙ୍ଗି ବିଷୟରେ ଦେଇଥିବା ମନ୍ତବ୍ୟ ଭୁଲ୍ ବୋଲି ହୃଦ୍ବୋଧ କରିବା ପରେ ଭାଜପା ନେତା ଡ. ପ୍ରମୋଦ ରଥଙ୍କ ଜରିଆରେ ବାହାନା କରୁଛନ୍ତି। ଯୋଡ଼ିଶଙ୍ଖର ଭିଡିଓ ଅପଲୋଡ ହେବାର ୨୪ ଘଣ୍ଟା ମଧ୍ୟରେ ଚାରି ନିୟୁତରୁ ଅଧିକ ଲୋକ ଏହାକୁ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବାକୁ କିଛି ବିଷୟ ନ ପାଇ ଶେଷରେ ସେ ପିନ୍ଧିଥିବା ଲୁଙ୍ଗି ବିଷୟରେ କହି ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଥିଲେ। ଏହାପରେ ଭାଜପା କ୍ଷେତ୍ରୀୟ ପ୍ରବକ୍ତା ମାନସରଞ୍ଜନ ବକ୍ସି ପ୍ରତ୍ୟୁତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସ୍ବାଭିମାନ କଥା ସବୁବେଳେ କହୁଥିବାବେଳେ ରାଜ୍ୟର ବହୁ ସମ୍ବଲପୁରୀ କବି, ଲେଖକ, କଳାକାର ଏବଂ ବାନ୍ଧଶିଳ୍ପୀଙ୍କୁ ଜାତୀୟ ସ୍ତରରେ ସମ୍ମାନ ଦେଇ ସମ୍ବଲପୁରୀର ମାନ ବୃଦ୍ଧି କରିଛନ୍ତି ବୋଲି ବିବୃତି ଦେଇଥିଲେ। ଏପରି କି ଆଇଆଇଏମ୍୍ରେ ରଙ୍ଗବତୀ ସେଣ୍ଟର ସ୍ଥାପନ କରାଇ ସମ୍ବଲପୁରୀ ସଂସ୍କୃତି ଉପରେ ଅଧିକ ଗବେଷଣା କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ତେଣୁ ବିଜେଡି ରାଜ୍ୟର ପ୍ରସଙ୍ଗ ଉପରେ ଆଲୋଚନା ନ କରି ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିକୁ ସମ୍ବଲପୁରୀ ବୋଲି ପ୍ରମାଣିତ କରିବାରେ ଚେଷ୍ଟା ଚଳାଇଛି ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ତେବେ ଶୁକ୍ରବାର ଦିନ ତମାମ ସମ୍ବଲପୁରୀ ଲୁଙ୍ଗିକୁ ନେଇ ଚାଲିଥିବା ଟଣାଓଟରା ଭିତରେ କେଉଁ ଦଳର କେତେ ଲାଭ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା ନ ହୋଇ ପରସ୍ପର କାଦୁଅ ଛିଟାରେ ନେତାମାନେ ବ୍ୟସ୍ତ ରହୁଥିବା ସାଧାରଣରେ ଆଲୋଚନା ହେଉଛି ।
The post ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ appeared first on Dharitri Odia News.