Video: ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବିଶ୍ୱାସ କୁମାରଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ: ଆଖିକୁ ହେବନି ବିଶ୍ୱାସ
ନୂଆଦିଲ୍ଲୀ,୧୬।୪: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ। ଏହି କଥାର ଜୀବନ୍ତ ଉଦାହରଣ ହେଉଛନ୍ତି ବିଶ୍ୱାସ କୁମାର ରମେଶ। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିଶ୍ୱାସ କୁମାର ରମେଶ ଏକମାତ୍ର ଯାତ୍ରୀ ଯିଏ ବଞ୍ଚି ଯାଇଥିଲେ। ବିମାନରେ ଥିବା ବାକି ୨୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର […] The post Video: ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବିଶ୍ୱାସ କୁମାରଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ: ଆଖିକୁ ହେବନି ବିଶ୍ୱାସ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୪: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ। ଏହି କଥାର ଜୀବନ୍ତ ଉଦାହରଣ ହେଉଛନ୍ତି ବିଶ୍ୱାସ କୁମାର ରମେଶ। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିଶ୍ୱାସ କୁମାର ରମେଶ ଏକମାତ୍ର ଯାତ୍ରୀ ଯିଏ ବଞ୍ଚି ଯାଇଥିଲେ। ବିମାନରେ ଥିବା ବାକି ୨୪୧ ଜଣଙ୍କ ମୃତ୍ୟୁ ଘଟିଥିଲା।
ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାରକୁ ବର୍ଣ୍ଣନା କରୁଛି। ବିଶ୍ୱାସ କୁମାର ରମେଶ ନିଆଁ ଏବଂ ଧୂଆଁ ମଧ୍ୟରେ ଚାଲି ଚାଲି ବାହାରକୁ ଆସୁଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ନିଜ ସହିତ ନେଇଯାଆନ୍ତି। ସାଗର ପଟୋଲିଆ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ଜୁନ ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୧୭୧ ଡ୍ରିମଲାଇନର୍ ୭୮୭ ବିମାନ ଅହମ୍ମଦାବାଦର ବିଜେ ମେଡିକାଲ କଲେଜର ହଷ୍ଟେଲ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ସେହି ଦୁର୍ଘଟଣାରୁ ବିଶ୍ୱାସ କୁମାର ବଞ୍ଚି ରହିବାକୁ ଏକ ‘ଚମତ୍କାର’ ବୋଲି ବର୍ଣ୍ଣନା କରାଯାଉଛି।
ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ ପାଇଁ ଉଡ଼ାଣ ଭରିଥିଲା। ବିଶ୍ୱାସ କୁମାର ରମେଶ ସିଟ ନମ୍ବର 11A ରେ ବସିଥିଲେ। ବିମାନଟି ଉଡ଼ାଣ ଆରମ୍ଭ କରି କିଛି ସେକେଣ୍ଡ ମଧ୍ୟରେ ବିଜେ ମେଡିକାଲ କଲେଜର ହଷ୍ଟେଲରେ ଧକ୍କା ଦେଇଥିଲା। ସିଟ ନମ୍ବର 11A ଜରୁରୀକାଳୀନ ପ୍ରସ୍ଥାନ ପାଖରେ ଥିଲା।
ବିଶ୍ୱାସ କୁମାର ନିଜେ କହିଥିଲେ ଯେ, ସେ ବଞ୍ଚିବେ ବୋଲି ଆଶା କରି ନ ଥିଲେ। ସେ ସେ କିପରି ଜୀବିତ ବାହାରି ଆସିଲେ ତାହା ସେ ବିଶ୍ୱାସ କରିପାରୁ ନଥିଲେ। ରମେଶ କହିଥିଲେ ଯେ ମୁଁ ମଧ୍ୟ ଭାବିଥିଲି ଯେ ମୁଁ ମରିଯିବି। ଉଡ଼ାଣ ପରେ ବିମାନ ବନ୍ଦ ହୋଇଗଲା ଏବଂ ଭିତରେ ଲାଇଟ ଜଳିବାକୁ ଲାଗିଲା। ଯେତେବେଳେ ମୁଁ ଆଖି ଖୋଲିଲି, ମୁଁ ଜାଣିଲି ଯେ ମୁଁ ବଞ୍ଚିଯାଇଛି।
અવિશ્વસનીય પરંતુ સત્ય!
અમદાવાદ પ્લેન ક્રેશમાં ચમત્કારિક રીતે બચેલા રમેશ વિશ્વાસનો વધુ એક વિડિઓ સામે આવ્યો.
દુર્ઘટના થયા પછી હાથમાં ફોન સાથે ચાલીને બહાર નીકળ્યો રમેશ વિશ્વાસ. #AhmedabadPlaneCrash pic.twitter.com/94WDepkKjn
— Sagar Patoliya (@kathiyawadiii) June 16, 2025
The post Video: ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବିଶ୍ୱାସ କୁମାରଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ: ଆଖିକୁ ହେବନି ବିଶ୍ୱାସ appeared first on Dharitri Odia News.