ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ, ୧୧।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେବେଳେ ଟ୍ରାକ୍ଟର ଚାଳକମାନେ ନଦୀ ନିକଟରେ ପୁଲିସକୁ ଦେଖି ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଛନ୍ତି। ପୁଲିସ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏ ନେଇ ହିଞ୍ଜିଳି […] The post ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ appeared first on Dharitri Odia News.
ହିଞ୍ଜିଳିକାଟୁ, ୧୧।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେବେଳେ ଟ୍ରାକ୍ଟର ଚାଳକମାନେ ନଦୀ ନିକଟରେ ପୁଲିସକୁ ଦେଖି ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଛନ୍ତି। ପୁଲିସ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ୩ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଆଗାମୀ ଦିନରେ ବେଆଇନ ବାଲି ଚୋରାଚାଲାଣ କରୁଥିବା ଗାଡି ମାଲିକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
The post ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ appeared first on Dharitri Odia News.