ମିଆଁମାର ଭୂମିକମ୍ପ: ପ୍ରଧାନମନ୍ତ୍ରୀ କହିଲେ- ବନ୍ଧୁ ଓ ପଡୋଶୀ ରୂପେ ସାଙ୍ଗରେ ଛିଡା ହୋଇଛି ଭାରତ
ନୂଆଦିଲ୍ଲୀ ୨୯।୩: ମିଆଁମାରରେ ଶୁକ୍ରବାର ହୋଇଥିବା ଭୂମିକମ୍ପ ଯୋଗୁ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୧,୭୦୦ ଆହତ ହୋଇଥିବା ବେଳେ ହଜାର ହଜାର ଲୋକ ଏବେବି ନିଖୋଜ ଅଛନ୍ତି। ଭୂମିକମ୍ପ ପରେ ପରେ ଭାରତ ଯଥା ସମ୍ଭବ ସହାୟତାର ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁସାରେ ଶନିବାର ଭାରତର ମାନବୀୟ ସହାୟତା ୟେଙ୍ଗୁନ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏ ସମ୍ପର୍କରେ ସୂଚନା ଦେଇ ଏକ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ‘ସେ ମିଆଁମାରର ସିନିୟର ଜେନେରାଲ ମିନ୍ ୟାଙ୍ଗ ହ୍ଲାଇଂଙ୍କ ସହିତ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଣେ ନିକଟତମ ବନ୍ଧୁ ଓ ପଡୋଶୀ ହିସାବରେ ଭାରତ ଏହି କଠିନ ସମୟରେ ମିଆଁମାର ଲୋକଙ୍କ ସହିତ ଏକଜୁଟ ଭାବେ ଛିଡା ହୋଇଛି। ପ୍ରଧାନମନ୍ତ୍ରୀ ବିନାଶକାରୀ ଭୂମିକମ୍ପରେ ହୋଇଥିବା ମୃତ୍ୟ ଲାଗି ନିଜର ଗଭୀର ସମବେଦନା ଜ୍ଞାପନ କରିଛନ୍ତି’। ଏଥି ପାଇଁ ଭାରତ ଅପରେସନ ‘ବ୍ରହ୍ମା’ ହାତକୁ ନେଇଥିବା ବେଳେ ବିପର୍ଯ୍ୟୟ ରିଲିଫ ସାମଗ୍ରୀ, ମାନବୀୟ ସହାୟତା, ସନ୍ଧାନ ଓ ଉଦ୍ଧାରକାରୀ ଦଳଙ୍କୁ ପ୍ରଭାବିତ କ୍ଷେତ୍ରକୁ ପଠାଯାଇଛି। Spoke with Senior General H.E. Min Aung Hlaing of Myanmar. Conveyed our deep condolences at the loss of lives in the devastating earthquake. As a close friend and neighbour, I
ନୂଆଦିଲ୍ଲୀ ୨୯।୩: ମିଆଁମାରରେ ଶୁକ୍ରବାର ହୋଇଥିବା ଭୂମିକମ୍ପ ଯୋଗୁ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୧,୭୦୦ ଆହତ ହୋଇଥିବା ବେଳେ ହଜାର ହଜାର ଲୋକ ଏବେବି ନିଖୋଜ ଅଛନ୍ତି। ଭୂମିକମ୍ପ ପରେ ପରେ ଭାରତ ଯଥା ସମ୍ଭବ ସହାୟତାର ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁସାରେ ଶନିବାର ଭାରତର ମାନବୀୟ ସହାୟତା ୟେଙ୍ଗୁନ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏ ସମ୍ପର୍କରେ ସୂଚନା ଦେଇ ଏକ ପୋଷ୍ଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ‘ସେ ମିଆଁମାରର ସିନିୟର ଜେନେରାଲ ମିନ୍ ୟାଙ୍ଗ ହ୍ଲାଇଂଙ୍କ ସହିତ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଣେ ନିକଟତମ ବନ୍ଧୁ ଓ ପଡୋଶୀ ହିସାବରେ ଭାରତ ଏହି କଠିନ ସମୟରେ ମିଆଁମାର ଲୋକଙ୍କ ସହିତ ଏକଜୁଟ ଭାବେ ଛିଡା ହୋଇଛି। ପ୍ରଧାନମନ୍ତ୍ରୀ ବିନାଶକାରୀ ଭୂମିକମ୍ପରେ ହୋଇଥିବା ମୃତ୍ୟ ଲାଗି ନିଜର ଗଭୀର ସମବେଦନା ଜ୍ଞାପନ କରିଛନ୍ତି’। ଏଥି ପାଇଁ ଭାରତ ଅପରେସନ ‘ବ୍ରହ୍ମା’ ହାତକୁ ନେଇଥିବା ବେଳେ ବିପର୍ଯ୍ୟୟ ରିଲିଫ ସାମଗ୍ରୀ, ମାନବୀୟ ସହାୟତା, ସନ୍ଧାନ ଓ ଉଦ୍ଧାରକାରୀ ଦଳଙ୍କୁ ପ୍ରଭାବିତ କ୍ଷେତ୍ରକୁ ପଠାଯାଇଛି।
Spoke with Senior General H.E. Min Aung Hlaing of Myanmar. Conveyed our deep condolences at the loss of lives in the devastating earthquake. As a close friend and neighbour, India stands in solidarity with the people of Myanmar in this difficult hour. Disaster relief material,…— Narendra Modi (@narendramodi) March 29, 2025
ଅପରେସନ ବ୍ରହ୍ମାରେ ଭାରତୀୟ ନୌସେନା ଜାହାଜ ଆଇଏନଏସ ‘ସତପଡା’ ଓ ଆଇଏନଏସ୍ ‘ସାବିତ୍ରୀ’ ୪୦ ଟନ ମାନବୀୟ ସହାୟତା ନେଇ ୟେଙ୍ଗୁନ ବନ୍ଦରରେ ପହଞ୍ଚିଛି। ଏହା ଛଡା ସନ୍ଧାନ ଓ ଉଦ୍ଧାର କାର୍ଯ୍ୟନିମନ୍ତେ ଏନଡିଆରଏଫର ୮୦ ସଦସୀୟ ସମର୍ପିତ ଟିମକୁ ମିଆଁମାର ପଠାଯାଇଥିବା ବେଳେ ବିଦେଶମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ମାନବୀୟ ସହାୟତାର ପ୍ରଥମ ଲୋଡ ନେଇଯାଉଥିବା ଭାରତୀୟ ବାୟୁସେନାର ସି-୧୩୦ ଜେ ବିମାନର ଫଟୋ ସେୟାର କରିଛନ୍ତି।
ଏହି ବାୟୁସେନା ବିମାନରେ ଭୂକମ୍ପ ପୀଡ଼ିତଙ୍କ ନିମନ୍ତେ ତମ୍ବୁ, ସ୍ଲିପିଙ୍ଗ ବ୍ୟାଗ୍, ଖାଦ୍ୟ ପ୍ୟାକେଟ୍, ସାନିଟାରୀ କିଟ୍, ଆବଶ୍ୟକ ଔଷଧ ସମେତ ଅନ୍ୟ ଜରୁରି ଆବଶ୍ୟକ ସମଗ୍ରୀ ପଠାଯାଇଛି। ଏହି ବାୟୁସେନା ଜାହାଜ ଶନିବାର ମିଆଁମାରରେ ଅବତରଣ କରିଛି। ମିଆଁମାର ଭୂମିକମ୍ପର ପ୍ରଭାବ ପଡୋଶୀ ଥ୍ୟାଇଲ୍ୟାଣ୍ଡ ଉପରେ ମଧ୍ୟ ପଡିଛି। ତେବେ ଭୂମିକମ୍ପ ଉତ୍ପତି ସ୍ଥଳ ମିଆଁମାରରେ ଥିବାରୁ କ୍ଷୟକ୍ଷତି ବ୍ୟାପକ ହୋଇଛି।