ଜଟଣୀରେ ଜଘନ୍ୟକାଣ୍ଡ, ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ
ଜଟଣୀ: ଜଟଣୀ ପାଇକରାପୁରରେ ଜଘନ୍ୟ କାଣ୍ଡ। ଘରେ ପଶି ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ହୋଇଛି। ମହିଳାଙ୍କ ଦେହରେ ମଦ୍ୟପ ନିଆଁ ଲଗାଇ ଦେଇଥିବା ବେଲେ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଛନ୍ତି। ଗୁରୁତର ମହିଳା ହେଉଛନ୍ତି ପ୍ରତୀମା ବେହେରା। ଘଟଣାରେ କାରଣ ଅସ୍ପଷ୍ଟ ରହିଛି। ମହିଳାଙ୍କ ଶରୀର ପାଖାପାଖି ୮୦ ପ୍ରତିଶତ ପୋଡ଼ି ଯାଇଛି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ଘଟେଇ ଥିବା ନିଶାସକ୍ତ ଯୁବକକୁ କାବୁ କରି ପଚରା ଉଚୁରା ଜାରି ରଖିଛି ।
ଜଟଣୀ: ଜଟଣୀ ପାଇକରାପୁରରେ ଜଘନ୍ୟ କାଣ୍ଡ। ଘରେ ପଶି ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ହୋଇଛି। ମହିଳାଙ୍କ ଦେହରେ ମଦ୍ୟପ ନିଆଁ ଲଗାଇ ଦେଇଥିବା ବେଲେ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଛନ୍ତି। ଗୁରୁତର ମହିଳା ହେଉଛନ୍ତି ପ୍ରତୀମା ବେହେରା। ଘଟଣାରେ କାରଣ ଅସ୍ପଷ୍ଟ ରହିଛି।
ମହିଳାଙ୍କ ଶରୀର ପାଖାପାଖି ୮୦ ପ୍ରତିଶତ ପୋଡ଼ି ଯାଇଛି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ଘଟେଇ ଥିବା ନିଶାସକ୍ତ ଯୁବକକୁ କାବୁ କରି ପଚରା ଉଚୁରା ଜାରି ରଖିଛି ।