ବଢିଲା ଆଳୁ-ପିଆଜ-ଟମାଟୋ ଦର
ନୂଆଦିଲ୍ଲୀ,୫।୪: ହୁ ହୁ ହୋଇ ବଢୁଛି ପରିବା ଦାମ୍। ସେଥିରେ ଆଳୁ, ପିଆଜ ଓ ଟମାଟୋରେ ଲାଗୁନି ଲଗାମ। ସେଥିପାଇଁ ମାର୍ଚ୍ଚ ମାସରେ ଭେଜ୍(ନିରାମିଷ) ଥାଳିର ଦାମ ୭% ମହଙ୍ଗା ହୋଇଛି। ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି ପାଇଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଘରୋଇ ରେଟିଂ ଏଜେନ୍ସି Crisil ପକ୍ଷରୁ ଏପରି ତଥ୍ୟ ଜାରି କରାଯାଇଛି। ତେବେ କୁକୁଡା ଦାମ ହ୍ରାସ ପାଇଥିବାରୁ ନନ୍ଭେଜ୍(ଆମିଷ) ଥାଳି ୭% ଶସ୍ତା ହୋଇଥିବା Crisilର ମାସିକ […] The post ବଢିଲା ଆଳୁ-ପିଆଜ-ଟମାଟୋ ଦର appeared first on Dharitri Odia News.
ନୂଆଦିଲ୍ଲୀ,୫।୪: ହୁ ହୁ ହୋଇ ବଢୁଛି ପରିବା ଦାମ୍। ସେଥିରେ ଆଳୁ, ପିଆଜ ଓ ଟମାଟୋରେ ଲାଗୁନି ଲଗାମ। ସେଥିପାଇଁ ମାର୍ଚ୍ଚ ମାସରେ ଭେଜ୍(ନିରାମିଷ) ଥାଳିର ଦାମ ୭% ମହଙ୍ଗା ହୋଇଛି। ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି ପାଇଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଘରୋଇ ରେଟିଂ ଏଜେନ୍ସି Crisil ପକ୍ଷରୁ ଏପରି ତଥ୍ୟ ଜାରି କରାଯାଇଛି। ତେବେ କୁକୁଡା ଦାମ ହ୍ରାସ ପାଇଥିବାରୁ ନନ୍ଭେଜ୍(ଆମିଷ) ଥାଳି ୭% ଶସ୍ତା ହୋଇଥିବା Crisilର ମାସିକ ରିପୋର୍ଟ ଦର୍ଶାଇଛି।
ରୁଟି, ପିଆଜ, ଟମାଟୋ, ଆଳୁ ତରକାରୀ, ଭାତ, ଡାଲି, ଦହି ଏବଂ ସାଲାଡ ଥିବା ଗୋଟିଏ ପ୍ଲେଟର ଦାମ ମାର୍ଚ୍ଚ ମାସରେ ୨୭.୩ ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ତଳେ ସମାନ ମାସରେ ଏହା ୨୫.୫ ଟଙ୍କା ଥିଲା। ତେବେ ୨୦୨୪ ଫେବୃଆରୀ ମାସ ତଳନାରେ ମାର୍ଚ୍ଚ ମାସରେ ଥାଳିର ଦାମ ଶସ୍ତା ହୋଇଛି। ଫେବୃଆରୀ ମାସରେ ଭେଜ୍ ଥାଳିର ଦାମ ୨୭.୪ ଟଙ୍କା ଥିଲା। ଭେଜ୍ ଥାଳିର ଦାମ ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି ଯୋଗୁ ଘଟିଛି। ପିଆଜର ଦାମ ୪୦%, ଟମାଟୋର ଦାମ ୩୬% ଓ ଆଳୁର ଦାମ ୨୨% ବୃଦ୍ଧି ପାଇଛି। ମାର୍କେଟକୁ ପିଆଜ ଓ ଆଳୁ ଠିକ୍ ଭାବେ ଆସିପାରିନାହିଁ। ଟମାଟୋର ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବାରୁ ଏପରି ଦର ବଢିଛି।
ଅନ୍ୟପକ୍ଷରେ ନନ ଭେଜ ବା ଆମିଷ ଥାଳିର ଦାମ ହ୍ରାସ ପାଇଛି। ନନ ଭେଜ ଥାଳିରେ ଡାଲି ବଦଳରେ ଚିକେନ ଆସିଥାଏ। ଏହାର ଦାମ ଗତବର୍ଷ ସମାନ ସମୟରେ ୫୯.୨ ଟଙ୍କା ଥିଲା। କିନ୍ତୁ ଏବେ ଏହା ୫୪.୯କୁ ଖସିଛି। କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସ ତୁଳନାରେ ଏହା ମହଙ୍ଗା। ଫେବୃଆରୀ ମାସରେ ଆମିଷ ଥାଳିର ଦାମ ୫୪ ଟଙ୍କା ଥିଲା। ଫାର୍ମରେ କୁକୁଡା ଦାମ ୧୬% ହ୍ରାସ ପାଇଥିବାରୁ ଆମିଷ ଥାଳିର ଦାମ ସାମାନ୍ୟ ଶସ୍ତା ହୋଇଛି।
The post ବଢିଲା ଆଳୁ-ପିଆଜ-ଟମାଟୋ ଦର appeared first on Dharitri Odia News.