ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ
ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l ବର୍ତ୍ତମାନ ଗଞ୍ଜାମ ସହରର ବିଭିନ୍ନ ଚା’ ଖଟିରେ ଭାଜପା- ବିଜେଡି ମେଣ୍ଟ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି l ଏ ନେଇ ଦୋଛକିରେ ଉଭୟ ଭାଜପା ଓ ବିଜେଡିର ନେତା ଓ କର୍ମୀ l ଯଦି ମେଣ୍ଟ ହୁଏ ତେବେ […] The post ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ appeared first on Dharitri Odia News.
ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l
ବର୍ତ୍ତମାନ ଗଞ୍ଜାମ ସହରର ବିଭିନ୍ନ ଚା’ ଖଟିରେ ଭାଜପା- ବିଜେଡି ମେଣ୍ଟ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି l ଏ ନେଇ ଦୋଛକିରେ ଉଭୟ ଭାଜପା ଓ ବିଜେଡିର ନେତା ଓ କର୍ମୀ l ଯଦି ମେଣ୍ଟ ହୁଏ ତେବେ ଛତ୍ରପୁର ନିର୍ବାଚନମଣ୍ଡଳୀ କାହାକୁ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି।
ପ୍ରତ୍ୟେକ ଦିନ ବଡ ବଜାର ଏଟିଏମ୍ ସମୁଖ ଚା’ ଦୋକାନକୁ ବିଭିନ୍ନ ଦଳର ନେତା କର୍ମୀ ଚା’ ପିଇବାକୁ ଆସି ରାଜନୈତିକ ଚର୍ଚ୍ଚା କରିଥାନ୍ତି l
ତେବେ ୧୫ ନଂ. ଜିଲାପରିଷଦ ସଭ୍ୟ ସନାତନ ବେହେରା ମେଣ୍ଟ ସମ୍ପର୍କରେ ମୁଁହ ଖୋଲୁ ନ ଥିବା ବେଳେ ଗଞ୍ଜାମ ଏନ୍ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ କହିଛନ୍ତି ଚଳିତ ସାଧାରଣ ନିର୍ବାଚନରେ ମେଣ୍ଟ ନ ହୋଇ ବିଜେଡି ଯଦି ଏକାକୀ ଲଢେ ତାହାଲେ ୧୨୦ ବିଧାୟକ ଏବଂ ୧୫ ଲୋକସଭା ଆସନରେ ଦଳ ବିଜୟୀ ହେବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତ।
The post ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ appeared first on Dharitri Odia News.