କୋହଲିଙ୍କୁ ନେଇ ଆଶା ଓ ଆଶଙ୍କାରେ କ୍ରିକେଟପ୍ରେମୀ

ଭୁବନେଶ୍ୱର, ୮।୨ (ତପନ ସ୍ବାଇଁ): ଭାରତୀୟ କ୍ରିକେଟରେ ସମ୍ପ୍ରତି କିଙ୍ଗ୍‌ କୋହଲି କ୍ରେଜ୍‌ କାହାକୁ ଅଛପା ନୁହେଁ। ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ବକ୍ସ ଅଫିସ ଟିକେଟ ୫ ତାରିଖରେ ଗୋଟିଏ ଦିନରେ ବିକ୍ରି ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୪ ତାରିଖ ପୂର୍ବାହ୍ନରୁ ଅନେକ କ୍ରିକେଟପ୍ରେମୀ ଟିକେଟ କିଣବା ପାଇଁ ଷ୍ଟାଡିୟମ ନିକଟରେ ପହଞ୍ଚତ୍ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ବିଶେଷ […] The post କୋହଲିଙ୍କୁ ନେଇ ଆଶା ଓ ଆଶଙ୍କାରେ କ୍ରିକେଟପ୍ରେମୀ appeared first on Dharitri Odia News.

କୋହଲିଙ୍କୁ ନେଇ ଆଶା ଓ ଆଶଙ୍କାରେ କ୍ରିକେଟପ୍ରେମୀ

ଭୁବନେଶ୍ୱର, ୮।୨ (ତପନ ସ୍ବାଇଁ): ଭାରତୀୟ କ୍ରିକେଟରେ ସମ୍ପ୍ରତି କିଙ୍ଗ୍‌ କୋହଲି କ୍ରେଜ୍‌ କାହାକୁ ଅଛପା ନୁହେଁ। ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ବକ୍ସ ଅଫିସ ଟିକେଟ ୫ ତାରିଖରେ ଗୋଟିଏ ଦିନରେ ବିକ୍ରି ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୪ ତାରିଖ ପୂର୍ବାହ୍ନରୁ ଅନେକ କ୍ରିକେଟପ୍ରେମୀ ଟିକେଟ କିଣବା ପାଇଁ ଷ୍ଟାଡିୟମ ନିକଟରେ ପହଞ୍ଚତ୍ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ବିଶେଷ କରି ଯୁବ ଦର୍ଶକମାନେ ଗୋଟିଏ କଥା କହିଥିଲେ ଯେ, ସେମାନେ ବିରାଟ କୋହଲି ପ୍ରଶଂସକ ଓ ତାଙ୍କ ଖେଳ ଦେଖିବାପାଇଁ ଟିକେଟ କିଣିବାକୁ ଚାହୁଁଛନ୍ତି। କ୍ୟାରିୟରର ଶେଷ ପର୍ଯ୍ୟାୟ ଦେଇ ଗତି କରୁଥିବାରୁ ବାରବାଟୀ ଷ୍ଟାଡିୟମରେ କୋହଲିଙ୍କର ଏହା ସମ୍ଭବତଃ ଶେଷ ମ୍ୟାଚ ବୋଲି ଦର୍ଶକ ଭାବି ନେଇଛନ୍ତି। କାରଣ ନିକଟ ଭବିଷ୍ୟତରେ ଯଦିଓ ବାରବାଟୀକୁ ଟି୨୦ ମ୍ୟାଚ ମିଳେ ତେବେ ସେହି ଫର୍ମାଟରୁ କୋହଲି ଅବସର ନେଇ ସାରିଛନ୍ତି। ଦୀର୍ଘ ୫ ବର୍ଷ ବ୍ୟବଧାନରେ ବାରବାଟୀକୁ ଦିନିକିଆ ଫେରିବାକୁ ଯାଉଛି। ଗତ ୬ ତାରିଖରେ ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆର ଟସ୍‌ ପରେ କୋହଲି ଖେଳିବେ ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିବାପରେ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ। ଆଣ୍ଠୁରେ ଆଘାତ ଜନିତ ସମସ୍ୟା ଯୋଗୁ ସେ ଖେଳିବା ସମ୍ଭବ ହୋଇ ନ ଥିଲା। ଏବେ ସେ କେତେ ଫିଟ୍‌ ଅଛନ୍ତି ଏବଂ ବାରବାଟୀରେ ଖେଳିବେ କି ନାହିଁ ତାହାକୁ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ଓଡ଼ିଶା କ୍ରିକେଟପ୍ରେମୀ। ତାଙ୍କର ଆହତ ସମସ୍ୟା ସେତେ ଗମ୍ଭୀର ନୁହେଁ ବୋଲି ପ୍ରକାଶ କରାଯିବା ସତ୍ତ୍ୱେ ଆଶ୍ୱସ୍ତ ହୋଇ ପାରୁନାହାନ୍ତି ତାଙ୍କର ଅଗଣିତ ସମର୍ଥକ। ଏଭଳି ଏକ ସମୟରେ କୋହଲିଙ୍କ ଫିଟ୍‌ନେସକୁ ନେଇ ଭୟ କରିବାର କିଛି କାରଣ ନାହିଁ ବୋଲି ଉପ-ଅଧିନାୟକ ଶୁବମନ ଗିଲ୍‌ ସ୍ପଷ୍ଟ କରିଛନ୍ତି। ସେ ସୁସ୍ଥ ହେଉଛନ୍ତି ଏବଂ ସମ୍ଭବତଃ ଦ୍ୱିତୀୟ ଦିନିକିଆ ବେଳକୁ ଫିଟ୍‌ ହୋଇଯାଇଥିବେ ବୋଲି ଗିଲ୍‌ ଆଶାବ୍ୟକ୍ତ କରିଛନ୍ତି। ଡିଜ୍‌ନି-ହଟ୍‌ଷ୍ଟାରକୁ ଗିଲ୍‌ କହିଛନ୍ତି ଯେ, କୋହଲିଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ବୁଧବାର ଅଭ୍ୟାସ ସମୟରେ ସେ କିଛି ଅସୁବିଧା ଅନୁଭବ କରି ନ ଥିଲେ। ମାତ୍ର ଗୁରୁବାର ସକାଳେ ତାଙ୍କ ଡାହାଣ ଆଣ୍ଠୁ ସାମାନ୍ୟ ଫୁଲି ଯାଇଥିଲା। ଏବେ ଠିକ୍‌ ଅଛନ୍ତି ଏବଂ ଦ୍ୱିତୀୟ ଦିନିକିଆରେ ସମ୍ଭବତଃ ଖେଳିବେ।

The post କୋହଲିଙ୍କୁ ନେଇ ଆଶା ଓ ଆଶଙ୍କାରେ କ୍ରିକେଟପ୍ରେମୀ appeared first on Dharitri Odia News.