ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ

ଚାନ୍ଦବାଲି,୨୮।୧୨(କିଷାନ ପାତ୍ର):ଚାଷଜମିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଜଳି ଯାଇଛନ୍ତି। ଏଥିସହ ଚାଷୀଙ୍କ ୨ ଏକର ଜମିର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗଁା ନରସିଂହପୁର ଗ୍ରାମରେ। ମୃତ ଚାଷୀ ହେଲେ ଗ୍ରାମର ପ୍ରମୋଦ ଦାସ(୨୯)। ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ପ୍ରମୋଦଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଘଟଣାସ୍ଥଳରେ […] The post ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ appeared first on Dharitri Odia News.

ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ

ଚାନ୍ଦବାଲି,୨୮।୧୨(କିଷାନ ପାତ୍ର):ଚାଷଜମିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଜଳି ଯାଇଛନ୍ତି। ଏଥିସହ ଚାଷୀଙ୍କ ୨ ଏକର ଜମିର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗଁା ନରସିଂହପୁର ଗ୍ରାମରେ। ମୃତ ଚାଷୀ ହେଲେ ଗ୍ରାମର ପ୍ରମୋଦ ଦାସ(୨୯)। ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ପ୍ରମୋଦଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ପରିବାର ସହ ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।
ସୂଚନା ଅନୁଯାୟୀ, ପ୍ରମୋଦ ନିଜ ବିଲ କୁଞ୍ଜକାଲିକା ନିକଟକୁ ଧାନ କାଟିବାକୁ ଯାଇଥିଲେ। ବିଲ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ହଠାତ୍‌ ଛିଣ୍ଡି ତାଙ୍କ ଉପରେ ପଡ଼ିଥିଲା। ବିଦ୍ୟୁତ୍‌ ଆଘାତରେ ଜଳିଯାଇ ସେଠାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ପ୍ରମୋଦଙ୍କ ଜମି ସହ ଆଖପାଖରେ ୨ରୁ ୩ ଏକର ଚାଷଜମିରେ ନିଅଁା ଲାଗିଯାଇଥିଲା। ପାଖରେ ଧାନ କାଟୁଥିବା ଅନ୍ୟ ଚାଷୀମାନେ ପ୍ରମୋଦଙ୍କ ଦେହରେ ବିଦ୍ୟୁତ୍‌ ତାର ଲାଗିଥିବାରୁ ତାଙ୍କ ପାଖକୁ ଆସିବାକୁ ସାହସ କରିପାରି ନ ଥିଲେ। ଦମକଳ ବାହିନୀ ଓ ବିଦ୍ୟୁତ୍‌ ଅଫିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲା। ଘଟଣା ପରେ ସେଠାରେ ଉତ୍ତେଜନା ଲାଗି ରହିଥିଲା। ଚାନ୍ଦବାଲି ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ପ୍ରମୋଦ ଘରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କର ଅନ୍ୟ ଦୁଇଭାଇ ମାନସିକ ବିକାରଗ୍ରସ୍ତ ଥିବାବେଳେ ପ୍ରମୋଦଙ୍କ ଉପରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରୁଥିଲା। ମୃତକଙ୍କ ପରିବାର ଲୋକଙ୍କ ସହ ବାଲିଗଁା ଅଞ୍ଚଳର ବିଶ୍ୱନାଥ ଦାଶ, ଚିନ୍ତାମଣି ସାହୁ, ସୁଶାନ୍ତ ସାହୁ, ଜନ୍ମେଞ୍ଜୟ ରାଉଳ, ଦୀପକ ଦାଶ, ଅର୍ଜୁନ ସାହୁଙ୍କ ସମେତ ଶତାଧିକ ଚାଷୀ ପ୍ରମୋଦଙ୍କ ମୃତଦେହ ଚାନ୍ଦବାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟ ଆଗରେ ରଖି ଟାୟାର ଜାଳି ମୁଖ୍ୟରାସ୍ତା ଅବରୋଧ କରି ବସି ରହିଥିଲେ। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୫ଟା ଯାଏ ରାସ୍ତାରୋକୋ ଜାରି ରହିଥିଲା। ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଭାଗୀରଥି ପଣ୍ଡା, ତହସିଲଦାର ଭବତୋଷ ମଲ୍ଲିକ ଓ ବିଡିଓ ଅସିତ କୁମାର ମହାନ୍ତି ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରିଥିଲେ। ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା କ୍ଷତିପୂରଣ ସହ ମୃତକଙ୍କ ସାନଭାଇଙ୍କୁ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା। ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

The post ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ appeared first on Dharitri Odia News.