ମମତା ତାଲିବାନୀ ଶାସନ ଚଳାଇଛନ୍ତି: ପାଶ୍ୱାନ

ଭୁବନେଶ୍ୱର, ୧୭।୮(ସୁନିତ୍‌ ମିଶ୍ର): ପଶ୍ଚିମବଙ୍ଗ ଆଉ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଗୁରୁପ୍ରକାଶ ପାଶ୍ୱାନ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଲିବାନୀ ଶାସନ ଚଲାଇଛନ୍ତି। ସେ ଏତେ ନିର୍ଦ୍ଦୟ ହୋଇଯାଇଛନ୍ତି ଯେ ନିଜେ ଜଣେ ମହିଳା ହୋଇ ମଧ୍ୟ ବଳାତ୍କାରୀଙ୍କୁ ବଞ୍ଚାଇବା ପାଇଁ ମହିଳାମାନଙ୍କ ସମ୍ମାନକୁ ବଳି ପକାଇଦେଇଛନ୍ତି। କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ […] The post ମମତା ତାଲିବାନୀ ଶାସନ ଚଳାଇଛନ୍ତି: ପାଶ୍ୱାନ appeared first on Dharitri Odia News.

ମମତା ତାଲିବାନୀ ଶାସନ ଚଳାଇଛନ୍ତି: ପାଶ୍ୱାନ

ଭୁବନେଶ୍ୱର, ୧୭।୮(ସୁନିତ୍‌ ମିଶ୍ର): ପଶ୍ଚିମବଙ୍ଗ ଆଉ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଗୁରୁପ୍ରକାଶ ପାଶ୍ୱାନ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଲିବାନୀ ଶାସନ ଚଲାଇଛନ୍ତି। ସେ ଏତେ ନିର୍ଦ୍ଦୟ ହୋଇଯାଇଛନ୍ତି ଯେ ନିଜେ ଜଣେ ମହିଳା ହୋଇ ମଧ୍ୟ ବଳାତ୍କାରୀଙ୍କୁ ବଞ୍ଚାଇବା ପାଇଁ ମହିଳାମାନଙ୍କ ସମ୍ମାନକୁ ବଳି ପକାଇଦେଇଛନ୍ତି। କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଓ ସରକାରୀ ହସ୍ପିଟାଲରେ ଗତ ୯ ତାରିଖରେ ଜଣେ ୩୧ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କୁ ସେମିନାର ହଲ୍‌ରେ ବଳାତ୍କାର ପରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପଶ୍ଚିମବଙ୍ଗରେ ସୀମିତ ହୋଇ ରହିନାହିଁ ବରଂ ସାରା ଦେଶରେ ଆନ୍ଦୋଳନର ରୂପ ନେଇଛି ବୋଲି ଗୁରୁପ୍ରକାଶ କହିଛନ୍ତି।
କହିଛନ୍ତି, ଗତ ୯ ତାରିଖରେ ଘଟଣା ଘଟିବା ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଉଛନ୍ତି ା କାରଣ ଏହି ଘଟଣା ଘଟାଇଥିବା ଗୁଣ୍ଡାମାନଙ୍କ ଲିଙ୍କ୍‌ ତୃଣମୂଳ କଂଗ୍ରେସ ସହ ରହିଛି। ଏନେଇ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ଦେଇ ସେ ପଢ଼ୁଥିବା କଲେଜର ଅଧ୍ୟକ୍ଷଙ୍କୁ ତୁରନ୍ତ ଅନ୍ୟ କଲେଜକୁ ବଦଳି କରିଦେଇଛନ୍ତି। କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କାହିଁକି ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଏମିତି ଅନେକ ବଳାତ୍କାର ମାମଲାରେ ତୃଣମୂଳ କଂଗ୍ରେସ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିବାର ନଜିର ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରାଯାଇଛି। ପୀଡ଼ିତାଙ୍କୁ ନ୍ୟାୟଦେବାକୁ ଦାବି କରୁଥିବା ଡାକ୍ତରମାନଙ୍କ ସ୍ବରକୁ ଦବାଇ ଦେବାକୁ ଅପଚେଷ୍ଟା କରାଯାଉଛି। ପୀଡ଼ିତାଙ୍କୁ ନ୍ୟାୟଦେବା ପାଇଁ ଓଡ଼ିଶାଠାରୁ ଆରମ୍ଭକରି ସାରା ଦେଶରେ ଭାଜପା ଆନ୍ଦୋଳନ କରିବ ବୋଲି ପାଶ୍ୱାନ କହିଛନ୍ତି। ଏଥିରେ ରାଜ୍ୟ ମୁଖପାତ୍ର ଦିଲୀପ ମଲିକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

The post ମମତା ତାଲିବାନୀ ଶାସନ ଚଳାଇଛନ୍ତି: ପାଶ୍ୱାନ appeared first on Dharitri Odia News.