ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ୨ଟି ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି। ପାଲଲହଡ଼ାରୁ ବିଜେଡି ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ମୁକେଶ ପାଲଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛେଣ୍ଡିପଦା ପାଇଁ ମଧ୍ୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନାମ […] The post ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ appeared first on Dharitri Odia News.

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ୨ଟି ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି। ପାଲଲହଡ଼ାରୁ ବିଜେଡି ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ମୁକେଶ ପାଲଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛେଣ୍ଡିପଦା ପାଇଁ ମଧ୍ୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନାମ ଘୋଷଣା କରାଯାଇଛି। ତେବେ ଅନ୍ୟ ୩ ନିର୍ବାଚନମଣ୍ଡଳୀ ଅନୁଗୋଳ, ତାଳଚେର ଓ ଆଠମଲ୍ଲିକରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ପ୍ରକାଶ କରାଯାଇ ନାହିଁ। କେଉଁ କାରଣରୁ ଏହି ୩ଟି ନିର୍ବାଚନ ମଣ୍ଡଳରେ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖାଗଲା ତାହାକୁ ନେଇ ଜିଲାରେ ନାନା ଚର୍ଚ୍ଚା ଚାଲିଛି।
ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସୁଶାନ୍ତ କୁମାରଙ୍କ ଉପରେ ପୂଣି ଭରସା କରି ତାଙ୍କୁ ପୂର୍ଣ୍ଣବାର ଟିକେଟ୍‌ ପ୍ରଦାନ କରିଛି। ତୃତୀୟ ଥର ପାଇଁ ସେ ଟିକେଟ୍‌ ପାଇଥିତ୍ବାରୁ ସ୍ଥାନୀୟ ଅଞ୍ଚଳର କର୍ମୀଙ୍କ ମହଲରେ ଉତ୍ସାହ ଖେଳିଯାଇଛି। ସେହିଭଳି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମୁକେଶ ପାଲଙ୍କ ଉପରେ ଦଳ ପୂର୍ଣ୍ଣବାର ଭରସା କରିଛି। ସେ ୨୦୧୯ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ତେଣୁ ଦଳର ଗୁଡ୍‌ବୁକ୍‌ରେ ସେ ଥିବାରୁ ତାଙ୍କୁ ପୁଣି ଦଳୀୟ ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି। ତେବେ ଝୁଲି ରହିଥିବା ଅନୁଗୋଳ ନିର୍ବାଚନମଣ୍ଡଳୀରେ ଏଥର ଦଳ ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି। ଯଦି ଏପରି ହୁଏ ତା’ହେଲେ ଏଠାରେ ଦୀର୍ଘବର୍ଷ ଧରି ଚାଲିଥିବା ପରିବାରବାଦ ରାଜନୀତିରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଦଳ ନୂଆ ମୁହଁ ସନ୍ଧାନରେ ଥିବାରୁ ଏଠାରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରାଯାଇଥିବା ରାଜନୀତି ସମୀକ୍ଷକମାନେ କହିଛନ୍ତି। ସେହିପରି ତାଳଚେରରେ ଦଳର ଟାଣୁଆ ନେତା ତଥା ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କୌଣସି ବିକଳ୍ପ ନ ଥିବାବେଳେ ସେଠାରେ କାହିଁକି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ତାହା ଆଲୋଚନାର ବିଷୟ ହୋଇଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ କିଛି ମାସ ହେବ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପ୍ରାଧାନ୍ୟ ବଢ଼ିଥିବା କୁହାଯାଉଛି। ଏପରି କି ଅନୁଗୋଳରେ ବିଭିନ୍ନ ସମୟରେ ନିଜସ୍ବ ପାଣ୍ଠିରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିବା ହେଉ, କିମ୍ବା ବିଭିନ୍ନ ସଙ୍ଗଠନ ସହ ଆତଯାତ ହେଉ, ତାଙ୍କୁ ଅନେକ ସମୟରେ ଅନୁଗୋଳରେ ଦେଖିତ୍ବାକୁ ମିଳୁଛି। ଏଭଳି କି ତାଙ୍କ କର୍ମୀମାନେ ମଧ୍ୟ ଅନୁଗୋଳରେ ବେଶ୍‌ ସକ୍ରିୟ ରହିଛନ୍ତି। ତେଣୁ ଅନୁଗୋଳ ଉପରେ ତାଙ୍କର ନଜର ଥିବା କଥା ମଧ୍ୟ କୁହାଯାଉଛି। ସେପଟେ ଦଳର ନେତୃବୃନ୍ଦ ଯେଉଁ ନିଷ୍ପତ୍ତି ନେବେ ବିଜେଡି ନେତାମାନେ ତାକୁ ଗ୍ରହଣ କରିବେ ବୋଲି ଦଳର କେତେଜଣ ନେତା କହିଛନ୍ତି। ସେହିପରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଏବେ ବିଜେଡି ଦୁଇଗୋଷ୍ଠୀ ହୋଇଯାଇଛି। ଗୋଟିଏ ଗୋଷ୍ଠୀକୁ ବିଧାୟକ ରମେଶ ସାଏ ଓ ଅନ୍ୟ ଗୋଷ୍ଠୀକୁ ବରିଷ୍ଠ ନେତା ନଳିନୀ ପ୍ରଧାନ ପରିଚାଳନା କରୁଛନ୍ତି। ଏହି ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକ ସଭା ଆସନ ଅଧୀନରେ ଆସୁଥିବାରୁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଜପା ଏବଂ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ସମ୍ବଲପୁରରୁ ପ୍ରାର୍ଥୀ କରିଥିବାରୁ ଦଳ ଏଠାରେ ଦେଖିଚାହିଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।

The post ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ appeared first on Dharitri Odia News.