ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ
ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି। ଏହି ଦୁର୍ଘଟଣାରେ ମାଲକାନଗିରି ଜିଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସମେତ ଅନେକଙ୍କ ଆହତ ହୋଇଛନ୍ତି। ସୁବ୍ରତ ରାୟ ଭାଜପାର ଏମଭି ୫୮ ବୁଥର ବୁଥ ସଭାପତି ଥିଲେ ଏବଂ ପଡ଼ିଆ […] The post ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ appeared first on Dharitri Odia News.
ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି। ଏହି ଦୁର୍ଘଟଣାରେ ମାଲକାନଗିରି ଜିଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସମେତ ଅନେକଙ୍କ ଆହତ ହୋଇଛନ୍ତି। ସୁବ୍ରତ ରାୟ ଭାଜପାର ଏମଭି ୫୮ ବୁଥର ବୁଥ ସଭାପତି ଥିଲେ ଏବଂ ପଡ଼ିଆ ମଣ୍ଡଳର ଭାଜପା ଯୁବ ନେତା ଥିଲେ । ତେବେ ବସଟି ମାଲକାନଗିରିରୁ ପ୍ରାୟ ୩୦ଜଣଙ୍କୁ ନେଇ ଯାଉଥିବା ଜଣାପଡିଛି। ଗତକାଲି ରାତିରେ ବସଟି ମାଲକାନଗିରିରୁ ବାହାରି ଯାଉଥିବାବେଳେ ସାମ୍ନାରେ ଏକ ଟ୍ରକ ଖରାପ ହୋଇ ଛିଡା ହୋଇଥିଲା। କୁହୁଡି ଯୋଗୁ ବସ ଚାଳକ ଟ୍ରକକୁ ଦେଖି ପାରି ନ ଥିଲେ ଏବଂ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି।
The post ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ appeared first on Dharitri Odia News.