ଦିଗପହଣ୍ଡି ଏନ୍ଏସିର ବାର୍ଷିକ ବଜେଟ ଅଧିବେଶନ: ଖର୍ଚ୍ଚ କରାଯିବ ୧୩ କୋଟି ୩୧ ଲକ୍ଷ
ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ପରିସରରେ ନଗରପାଳ ପ୍ରଫୁଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଏନଏସି ର ୧୭ ତମ ବାର୍ଷିକ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ ସମସ୍ତ କାଉନସିଲର ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ପରିଷଦର ବାର୍ଷିକ ବଜେଟ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ପରିଷଦର ବିଭିନ୍ନ ବିଭାଗରୁ ୧୪ କୋଟି ୯୮ […] The post ଦିଗପହଣ୍ଡି ଏନ୍ଏସିର ବାର୍ଷିକ ବଜେଟ ଅଧିବେଶନ: ଖର୍ଚ୍ଚ କରାଯିବ ୧୩ କୋଟି ୩୧ ଲକ୍ଷ appeared first on Dharitri Odia News.
ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ପରିସରରେ ନଗରପାଳ ପ୍ରଫୁଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଏନଏସି ର ୧୭ ତମ ବାର୍ଷିକ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ ସମସ୍ତ କାଉନସିଲର ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ପରିଷଦର ବାର୍ଷିକ ବଜେଟ ଉପସ୍ଥାପନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ପରିଷଦର ବିଭିନ୍ନ ବିଭାଗରୁ ୧୪ କୋଟି ୯୮ ଲକ୍ଷ ୬୮ ହଜାର ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବେଳେ ଖର୍ଚ୍ଚ ୧୩ କୋଟି ୩୧ ଲକ୍ଷ ୪୦ ହଜାର ଟଙ୍କା ରଖାଯାଇଛି । ଅପରପକ୍ଷରେ ଦିଗପହଣ୍ଡି ଏନ୍ଏସିର ୧୧ ଟି ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ସକାଶେ ୨୫-୨୬ ଆର୍ଥିକ ବର୍ଷରେ ୯ କୋଟି ୬୦ ଲକ୍ଷ ଟଙ୍କାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପରିବର୍ଦ୍ଧିତ କାଉନସିଲ ସଭାରେ ମଞ୍ଜୁର କରାଯାଇଥିଲା ।
ସେହିପରି ଅଧିବେଶନରେ ବିଭିନ୍ନ ୱାର୍ଡରେ ସରକାରୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଏସି ଅଧ୍ୟକ୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।। ପରିଷଦର ମୁଖ୍ୟ କିରାଣୀ ରାଜକିଶୋର ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାଉନସିଲର ଦୀପକ କୁମାର ମିଶ୍ର , ସୁଶାନ୍ତ କୁମାର ପାତ୍ର , ସୁନୀଲ କୁମାର ପଣ୍ଡା , ମାମୁନୀ ବେହେରା , ସନ୍ତୋଷିନୀ ବେହେରା , କରିସ୍ମା ନାୟକ , ଜ୍ୟୋତ୍ସ୍ନା ଜେନା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
The post ଦିଗପହଣ୍ଡି ଏନ୍ଏସିର ବାର୍ଷିକ ବଜେଟ ଅଧିବେଶନ: ଖର୍ଚ୍ଚ କରାଯିବ ୧୩ କୋଟି ୩୧ ଲକ୍ଷ appeared first on Dharitri Odia News.