ଏହି କାରଣ ପାଇଁ ତିହାର ଜେଲରେ କେଜ୍‌ରିଓ୍ବାଲଙ୍କୁ ଭେଟିପାରିବେ ନାହିଁ ସଞ୍ଜୟ ସିଂ, ଭଗବନ୍ତ ମାନ୍‌

ନୂଆଦିଲ୍ଲୀ,୧୦।୪: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଏବଂ ଆମ ଆଦମୀ ପାର୍ଟି ଏମ୍‌ପି ସଞ୍ଜୟ ସିଂ ବୁଧବାର ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟି ପାରିବେ ନାହିଁ। ତିହାର ଜେଲ ପ୍ରଶାସନ ସୁରକ୍ଷା କାରଣ ବୋଲି ଦର୍ଶାଇଛି। ମଙ୍ଗଳବାର କେଜ୍‌ରିଓ୍ବାଲଙ୍କୁ ଭେଟିବା ପାଇଁ ମାନ ଏବଂ ସଞ୍ଜୟଙ୍କ ସମୟ ସ୍ଥିର ହୋଇଥିଲା। ବର୍ତ୍ତମାନ ତିହାର ଜେଲ ପ୍ରଶାସନ ନୂଆ ସମୟ କହିବ। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଛନ୍ତି। […] The post ଏହି କାରଣ ପାଇଁ ତିହାର ଜେଲରେ କେଜ୍‌ରିଓ୍ବାଲଙ୍କୁ ଭେଟିପାରିବେ ନାହିଁ ସଞ୍ଜୟ ସିଂ, ଭଗବନ୍ତ ମାନ୍‌ appeared first on Dharitri Odia News.

ଏହି କାରଣ ପାଇଁ ତିହାର ଜେଲରେ କେଜ୍‌ରିଓ୍ବାଲଙ୍କୁ ଭେଟିପାରିବେ ନାହିଁ ସଞ୍ଜୟ ସିଂ, ଭଗବନ୍ତ ମାନ୍‌

ନୂଆଦିଲ୍ଲୀ,୧୦।୪: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଏବଂ ଆମ ଆଦମୀ ପାର୍ଟି ଏମ୍‌ପି ସଞ୍ଜୟ ସିଂ ବୁଧବାର ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟି ପାରିବେ ନାହିଁ। ତିହାର ଜେଲ ପ୍ରଶାସନ ସୁରକ୍ଷା କାରଣ ବୋଲି ଦର୍ଶାଇଛି। ମଙ୍ଗଳବାର କେଜ୍‌ରିଓ୍ବାଲଙ୍କୁ ଭେଟିବା ପାଇଁ ମାନ ଏବଂ ସଞ୍ଜୟଙ୍କ ସମୟ ସ୍ଥିର ହୋଇଥିଲା। ବର୍ତ୍ତମାନ ତିହାର ଜେଲ ପ୍ରଶାସନ ନୂଆ ସମୟ କହିବ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଛନ୍ତି। ଯେଉଁଥିରେ ସେ ଇଡି ଗିରଫ ଏବଂ ହେପାଜତକୁ ନେଇ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। କେଜ୍‌ରିଓ୍ବାଲଙ୍କୁ ଗିରଫ କରିବା ପାଇଁ ଇଡି ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଜଷ୍ଟିସ ସ୍ବଣ୍ଣର୍ର୍ କାନ୍ତ ଶର୍ମା ଶୁଣାଣି ସମୟରେ କହିଛନ୍ତି। ଅଦାଲତ କହିଛନ୍ତି, ଆମ ସମ୍ମୁଖରେ ରଖାଯାଇଥିବା ଫାଇଲ ଏବଂ ପ୍ରମାଣ ଦର୍ଶାଏ ଯେ ଇଡି ଆଇନ ପାଳନ କରିଛି। ଟ୍ରାଏଲ କୋର୍ଟର ଆଦେଶ ଦୁଇ ଧାଡିର ଆଦେଶ ନୁହେଁ।

The post ଏହି କାରଣ ପାଇଁ ତିହାର ଜେଲରେ କେଜ୍‌ରିଓ୍ବାଲଙ୍କୁ ଭେଟିପାରିବେ ନାହିଁ ସଞ୍ଜୟ ସିଂ, ଭଗବନ୍ତ ମାନ୍‌ appeared first on Dharitri Odia News.