ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ: ୧୨ ବର୍ଷ ପରେ ୱାଙ୍ଖଡ଼େରେ ମ୍ୟାଚ୍ ଜିତିଲା କୋଲକାତା

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଇତିହାସ ଦୋହରାଇଲା କୋଲକାତା ନାଇଟ୍‌ରାଇଡର୍ସ। ମୁମ୍ବାଇ ପାଇଁ ଘାତକ ହେଲେ ମିଚେଲ ଷ୍ଟାର୍କ। ଗୋଟିଏ ଓଭରରେ ୩ ୱିକେଟ୍ ନେଇ କୋଲକାତାକୁ ପିନ୍ଧାଇଲେ ବିଜୟ ମୁକୁଟ।ଶୁକ୍ରବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ରାଇଡର୍ସ ମଧ୍ୟରେ ଆପିଏଲ ୨୦୨୪ର ୫୧ ତମ ମୁକାବିଲା ହୋଇଛି। ଦୀର୍ଘ ୧୨ ବର୍ଷ ପରେ କେକେଆର୍ ୱାଙ୍ଖଡ଼େରେ ମ୍ୟାଚ୍ ଜିତିଛି। ଆଜିର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ଠାରୁ ୨୪ ରନ୍‌ରେ ପରାସ୍ତ ହୋଇଛି।   କୋଲକାତାର ୧୭୦ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ ଆରମ୍ଭରୁ ଖରାପ ଖେଳ ପ୍ରଦର୍ଶନ କରିଥିଲା। ପୂର୍ବଥର ପରି ଏଥର ବି ଫେଲ୍ ମାରିଥିଲେ ଓପନର ଇଶାନ କିଶନ ଓ ରୋହିତ ଶର୍ମା। ୧.୪ ଓଭର ମୁମ୍ବାଇ ପ୍ରଥମେ ଇଶାନ କିଶନ(୭ ବଲ୍ ୧୩ ରନ୍)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ୪.୧ ଓଭରରେ ନମନ ଧୀର( ୧୧ ବଲ ୧୧ ରନ୍), ୫.୫ ଓଭରରେ ରୋହିତ ଶର୍ମା(୧୨ ବଲ ୧୧ ରନ୍), ତିଲକ ବର୍ମା(୪ ରନ୍), ନେହାଲ ୱାଧେରୀ (୬ ରନ୍), କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ବଲ୍ ଖେଳି ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଟିମ୍‌କୁ ମ୍ୟାଚ୍ ଜିତାଇବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ ମୁମ୍ବାଇର ଫାୟରବ୍ରାଣ୍ଡ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ। ସେ ଦଳ ପାଇଁ ସର୍ବାଧିକ ୩୫ ବଲ୍‌ରେ ୫୬ ରନ୍‌ର ଯୋଗଦାନ ଦେଇଥିଲେ। ହେଲେ ୧୫.୩ ଓଭରର

ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ: ୧୨ ବର୍ଷ ପରେ ୱାଙ୍ଖଡ଼େରେ ମ୍ୟାଚ୍ ଜିତିଲା କୋଲକାତା

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଇତିହାସ ଦୋହରାଇଲା କୋଲକାତା ନାଇଟ୍‌ରାଇଡର୍ସ। ମୁମ୍ବାଇ ପାଇଁ ଘାତକ ହେଲେ ମିଚେଲ ଷ୍ଟାର୍କ। ଗୋଟିଏ ଓଭରରେ ୩ ୱିକେଟ୍ ନେଇ କୋଲକାତାକୁ ପିନ୍ଧାଇଲେ ବିଜୟ ମୁକୁଟ।

ଶୁକ୍ରବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ରାଇଡର୍ସ ମଧ୍ୟରେ ଆପିଏଲ ୨୦୨୪ର ୫୧ ତମ ମୁକାବିଲା ହୋଇଛି। ଦୀର୍ଘ ୧୨ ବର୍ଷ ପରେ କେକେଆର୍ ୱାଙ୍ଖଡ଼େରେ ମ୍ୟାଚ୍ ଜିତିଛି। ଆଜିର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ଠାରୁ ୨୪ ରନ୍‌ରେ ପରାସ୍ତ ହୋଇଛି।   

କୋଲକାତାର ୧୭୦ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ ଆରମ୍ଭରୁ ଖରାପ ଖେଳ ପ୍ରଦର୍ଶନ କରିଥିଲା। ପୂର୍ବଥର ପରି ଏଥର ବି ଫେଲ୍ ମାରିଥିଲେ ଓପନର ଇଶାନ କିଶନ ଓ ରୋହିତ ଶର୍ମା। ୧.୪ ଓଭର ମୁମ୍ବାଇ ପ୍ରଥମେ ଇଶାନ କିଶନ(୭ ବଲ୍ ୧୩ ରନ୍)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ୪.୧ ଓଭରରେ ନମନ ଧୀର( ୧୧ ବଲ ୧୧ ରନ୍), ୫.୫ ଓଭରରେ ରୋହିତ ଶର୍ମା(୧୨ ବଲ ୧୧ ରନ୍), ତିଲକ ବର୍ମା(୪ ରନ୍), ନେହାଲ ୱାଧେରୀ (୬ ରନ୍), କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ବଲ୍ ଖେଳି ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। 

ଟିମ୍‌କୁ ମ୍ୟାଚ୍ ଜିତାଇବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ ମୁମ୍ବାଇର ଫାୟରବ୍ରାଣ୍ଡ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ। ସେ ଦଳ ପାଇଁ ସର୍ବାଧିକ ୩୫ ବଲ୍‌ରେ ୫୬ ରନ୍‌ର ଯୋଗଦାନ ଦେଇଥିଲେ। ହେଲେ ୧୫.୩ ଓଭରରେ ରସେଲ୍‌ଙ୍କ ଲୋ ଫୁଲ୍‌ଟସ୍ ବଲ୍‌ର ଭୁଲ୍ ଶଟ୍ ଖେଳି କ୍ୟାଚ୍‌ ଆଉଟ୍ ହୋଇଥିଲେ। ଏହାପରେ ଟିମ୍‌ର ଜିତିବା ଆଶା ମଉଳି ଯାଇଥିଲା। 

ଶେଷ ପର୍ଯ୍ୟନ୍ତ ଟିମ୍ ଡେଭିଡ୍ ଓ ଗାର୍ଲାଣ୍ଡ କୋଏତ୍‌ଜୀ ବ୍ୟାଟିଂ ଜାରି ରଖିଥିଲେ। ଏତିକି ବେଳେ ମ୍ୟାଚ୍‌ ଜିତିବାକୁ ଦଳକୁ ୧୨ ବଲ୍‌ରେ ୩୨ ରନ୍‌ର ଆବଶ୍ୟକତା ଥିଲା। ୧୯ ଓଭରର ବୋଲିଂ କରିବାକ ଆସିଥିଲେ ମିଚେଲ ଷ୍ଟାର୍କ। ତେବେ ତାଙ୍କର ପ୍ରଥମ ବଲ୍‌କୁ ଛକ୍କା ମାରିଥିଲେ ଟିମ୍ ଡେଭିଡ୍। ଦ୍ୱିତୀୟ ବଲ୍‌ରେ ବଡ଼ ଶଟ୍ ମାରିବାକୁ ଯାଇ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। 

ଏହାପରେ ନବମ ୱିକେଟ ପାଇଁ ଆସିଥିବା ପିୟୁଷ ଚାୱଲା ମଧ୍ୟ ଷ୍ଟାର୍କଙ୍କ ତୃତୀୟ ବଲ୍‌ରେ ଆଉଟ୍ ହୋଇଥିଲେ। ପୁଣି ପଞ୍ଚମ ବଲ୍‌ର ଷ୍ଟାର୍କ କୋଏତ୍‌ଜେଙ୍କ ୱିକେଟ୍ ନେବା ପରେ ମୁମ୍ବାଇ ମାତ୍ର ୧୮.୫ ଓଭରରେ ୧୪୫ ରନ୍‌ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ମୁମ୍ବାଇର ଅଷ୍ଟମ ପରାଜୟ ହୋଇଛି। ଦଳ ମାତ୍ର ୧୧ଟି ମ୍ୟାଚ୍‌ ଖେଳି ୮ଟିରେ ହାରିଥିବା ବେଳେ ମାତ୍ର ୩ଟିରେ ବିଜୟ ହୋଇଛି।  

ସେପଟେ କୋଲକାତା ପକ୍ଷରୁ ବୈଭବ ଅରୋରାଙ୍କୁ ଛାଡ଼ି ଦେଲେ ସମସ୍ତେ ଭଲ ପ୍ରଦର୍ଶନ କରିଥିଲେ। ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାୟଣ ଓ ଅଣ୍ଡ୍ରେ ରସେଲ ଦୁଇଟି ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ୍‌ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।