ଲେବାନନରେ ଇସ୍ରାଏଲ ସେନାକୁ ମିଳିଲା ହିଜବୁଲର ଗୋପନ ସୁଡ଼ଙ୍ଗ, ୮୫ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ଜବତ
ତେଲଆଭିଭ ୨୮।୧୨: ହିଜବୁଲକୁ ଇସ୍ରାଏଲ ଆଉ ଏକ ଝଟକା ଦେଇଛି। ଏଥିରେ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ହିଜବୁଲର ଏକ ଗୋପନ ଠିକଣାକୁ ନଷ୍ଟ କରିଛି। ସେନା ଶନିବାର କହିଛି ଯେ ଆଇଡିଏଫ ୧୦୦ ମିଟର ଲମ୍ବ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗକୁ ନଷ୍ଟ କରିଦେଇଛି। ଏହି ସୁଡ଼ଙ୍ଗ ଦକ୍ଷିଣ ଲେବାନନରେ ହିଜବୁଲ ରାଦୱାନ ଫୋର୍ସର ଆତଙ୍କବାଦୀ ଠିକଣାର ପ୍ରବେଶ ଦ୍ୱାରକୁ ଲୁଚାଇବାର କାମ କରୁଥିଲା। ଏହି ସୁଡଙ୍ଗକୁ ୧୪୬ତମ ଡିଭିଜିନର ୩୦୦ତମ ବ୍ରିଗେଡ ଅପରେସନାଲ ଆକ୍ଟିଭିଟି କାଳରେ ଠାବ କରିଥିଲା। ଇଞ୍ଜିନିୟରିଂ ଟିମ୍ ଦ୍ୱାରା ଏବେ ଏହାକୁ ନଷ୍ଟ କରାଯାଇଛି। ୟାହଲୋମ ୟୁନିଟ୍ ଦ୍ୱାରା ସୁଡ଼ଙ୍ଗକୁ ବିସ୍ଫୋରକ ଓ ଅନ୍ୟ ବିପଦଜନକ ସାମଗ୍ରୀରୁ ମୁକ୍ତ କରିବା ପରେ ୩୦୦ତମ ବ୍ରିଗେଡ ସେଠାରୁ ବହୁ ସଂଖ୍ୟାରେ ରାଇଫଲ, ମେସିନଗନ, ଆଣ୍ଟିଟ୍ୟାଙ୍କ କ୍ଷେପଣାସ୍ତ୍ର ଓ ସର୍ଭିଲାନ୍ସ ସିଷ୍ଟମ ଜବତ କରିଛି। ସେନା ଏହି ସୂଚନା ମଧ୍ୟ ଦେଇଛି ଯେ ରାଦୱାନ କମାଣ୍ଡ ସେଣ୍ଟରରୁ ଆଇଡିଏଫ ରକେଟ ଲଞ୍ଚର ସମେତ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସୁଡ଼ଙ୍ଗରୁ ମିଳିଥିବା ସାମଗ୍ରୀକୁ ଜବତ କରାଯିବା ପରେ ନଷ୍ଟ କରାଯାଇଛି। ସୁଡ଼ଙ୍ଗ ଆଖପାଖରୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଭଣ୍ଡାର ସମେତ ଆଇଡିଏଫ ପୋଷ୍ଟକୁ ଟାର୍ଗେଟ କରାଯାଇ ପାରୁଥିବା ଭଳି ହେଭି ମେସିନଗନର ପୋଜିସନ ମଧ୍ୟ ମିଳିଛି।
ତେଲଆଭିଭ ୨୮।୧୨: ହିଜବୁଲକୁ ଇସ୍ରାଏଲ ଆଉ ଏକ ଝଟକା ଦେଇଛି। ଏଥିରେ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ହିଜବୁଲର ଏକ ଗୋପନ ଠିକଣାକୁ ନଷ୍ଟ କରିଛି। ସେନା ଶନିବାର କହିଛି ଯେ ଆଇଡିଏଫ ୧୦୦ ମିଟର ଲମ୍ବ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗକୁ ନଷ୍ଟ କରିଦେଇଛି। ଏହି ସୁଡ଼ଙ୍ଗ ଦକ୍ଷିଣ ଲେବାନନରେ ହିଜବୁଲ ରାଦୱାନ ଫୋର୍ସର ଆତଙ୍କବାଦୀ ଠିକଣାର ପ୍ରବେଶ ଦ୍ୱାରକୁ ଲୁଚାଇବାର କାମ କରୁଥିଲା।
ଏହି ସୁଡଙ୍ଗକୁ ୧୪୬ତମ ଡିଭିଜିନର ୩୦୦ତମ ବ୍ରିଗେଡ ଅପରେସନାଲ ଆକ୍ଟିଭିଟି କାଳରେ ଠାବ କରିଥିଲା। ଇଞ୍ଜିନିୟରିଂ ଟିମ୍ ଦ୍ୱାରା ଏବେ ଏହାକୁ ନଷ୍ଟ କରାଯାଇଛି। ୟାହଲୋମ ୟୁନିଟ୍ ଦ୍ୱାରା ସୁଡ଼ଙ୍ଗକୁ ବିସ୍ଫୋରକ ଓ ଅନ୍ୟ ବିପଦଜନକ ସାମଗ୍ରୀରୁ ମୁକ୍ତ କରିବା ପରେ ୩୦୦ତମ ବ୍ରିଗେଡ ସେଠାରୁ ବହୁ ସଂଖ୍ୟାରେ ରାଇଫଲ, ମେସିନଗନ, ଆଣ୍ଟିଟ୍ୟାଙ୍କ କ୍ଷେପଣାସ୍ତ୍ର ଓ ସର୍ଭିଲାନ୍ସ ସିଷ୍ଟମ ଜବତ କରିଛି।
ସେନା ଏହି ସୂଚନା ମଧ୍ୟ ଦେଇଛି ଯେ ରାଦୱାନ କମାଣ୍ଡ ସେଣ୍ଟରରୁ ଆଇଡିଏଫ ରକେଟ ଲଞ୍ଚର ସମେତ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସୁଡ଼ଙ୍ଗରୁ ମିଳିଥିବା ସାମଗ୍ରୀକୁ ଜବତ କରାଯିବା ପରେ ନଷ୍ଟ କରାଯାଇଛି। ସୁଡ଼ଙ୍ଗ ଆଖପାଖରୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଭଣ୍ଡାର ସମେତ ଆଇଡିଏଫ ପୋଷ୍ଟକୁ ଟାର୍ଗେଟ କରାଯାଇ ପାରୁଥିବା ଭଳି ହେଭି ମେସିନଗନର ପୋଜିସନ ମଧ୍ୟ ମିଳିଛି।