ଥରୁରଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମୋଦୀ ବିଛା ଅଟନ୍ତି’ ମନ୍ତବ୍ୟ ଦେଇ ମାନହାନି ମାମଲାର ସାମ୍ନା କରୁଥିବା କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଆଜି ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ନିମ୍ନ ଅଦାଲତର ସମନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିବାବେଳେ ଆଜି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ କାହାର ମାନହାନୀ କରୁନାହିଁ ବୋଲି ମତ ଦେଇ ସାଂସଦ ଥରୁରଙ୍କର କୋର୍ଟରେ ହାଜର ହେବା ଉପରେ ରୋକ ଲଗାଇଛନ୍ତି। ବିଚାରପତି ହୃଷିକେଶ ରାୟ […]

ଥରୁରଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମୋଦୀ ବିଛା ଅଟନ୍ତି’ ମନ୍ତବ୍ୟ ଦେଇ ମାନହାନି ମାମଲାର ସାମ୍ନା କରୁଥିବା କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଆଜି ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ନିମ୍ନ ଅଦାଲତର ସମନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିବାବେଳେ ଆଜି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ କାହାର ମାନହାନୀ କରୁନାହିଁ ବୋଲି ମତ ଦେଇ ସାଂସଦ ଥରୁରଙ୍କର କୋର୍ଟରେ ହାଜର ହେବା ଉପରେ ରୋକ ଲଗାଇଛନ୍ତି। ବିଚାରପତି ହୃଷିକେଶ ରାୟ ଓ ଆର୍‌ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଆବେଦନକାରୀ ଥରୁରଙ୍କ ପକ୍ଷରୁ ଓକିଲ ମହମ୍ମଦ ଅଲ୍ଲୀ ଖାଁ କୋର୍ଟରେ ଉପସ୍ଥିତ ଥିଲେ। ଖଣ୍ଡପୀଠଙ୍କୁ ସମନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅନୁରୋଧ କରି ଓକିଲ ଖାଁ ଜଣାଇଥିଲେ ଯେ ଏହି ମନ୍ତବ୍ୟ ତାଙ୍କ ମହକିଲ (ଶଶୀ ଥରୁର)ଙ୍କ ସ୍ବ ମନ୍ତବ୍ୟ ନୁହେଁ। ଏହା ୨୦୧୨ରେ ‘କାରାବନ’ ମାଗାଜିନ୍‌ରେ ଲେଖକ ଗୋର୍ଦ୍ଧନ ଜାଡାଫିଆଙ୍କ ଦ୍ବାରା ମୋଦୀଙ୍କ ସମ୍ପର୍କରେ ଲେଖାଯାଇଥିବା ପ୍ରବନ୍ଧରୁ ଉଦ୍ଧୃତ।