ଯାଜପୁର ବାଣ ବିସ୍ଫୋରଣ,ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ
ଯାଜପୁର : ଯାଜପୁର ବାଣ ବିସ୍ଫୋରଣ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ । ମୃତକଙ୍କ ନାଁ ବାଦଲ ପାତ୍ର । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବାଣ ବିସ୍ଫୋରଣରେ ଘରର ଛାତ ଭୁଶୁଡି ପଡି ଶ୍ରମିକ ମାନଙ୍କ ଉପରେ ପଡିବାରୁ ୪ ଜଣ ଗୁରୁତର ହୋଇ ପଡ଼ିଥିଲେ । ଏହି ଘଟଣାରେ ଆଉ ୩ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅଛନ୍ତି । […]

ଯାଜପୁର : ଯାଜପୁର ବାଣ ବିସ୍ଫୋରଣ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ । ମୃତକଙ୍କ ନାଁ ବାଦଲ ପାତ୍ର । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବାଣ ବିସ୍ଫୋରଣରେ ଘରର ଛାତ ଭୁଶୁଡି ପଡି ଶ୍ରମିକ ମାନଙ୍କ ଉପରେ ପଡିବାରୁ ୪ ଜଣ ଗୁରୁତର ହୋଇ ପଡ଼ିଥିଲେ । ଏହି ଘଟଣାରେ ଆଉ ୩ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅଛନ୍ତି ।
ଘଟନାନୁସାରେ,ଗତକାଲି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବାସୁଦେବପୁର ଜାଲପୁର ଗାଁରେ ନଳିନୀକାନ୍ତ ପତିଙ୍କ ଘରେ ବେଆଇନ ବାଣ ତିଆରି ଚାଲିଥବା ବେଳେ ଘଟିଥିଲା ଭୟାବହ ବିସ୍ଫୋରଣ। ଏଥିରେ ବାଣ ଭିଡୁଥିବା ୨ ଜଣ ଶ୍ରମିକଙ୍କ ସମେତ ପଡୋଶୀ ଘରର ୨ ଜଣ ଶିଶୁ ଆହତ ହୋଇଥିଲେ। ଗୁରୁତର ଅବସ୍ଥାର ସମସ୍ତଙ୍କୁ ପ୍ରଥମେ ଯାଜପୁର ମେଡିକାଲ୍ ରେ ଭର୍ତି କରାଯାଇଥିଲା । ତେବେ ସେଠାରେ ବାଦଲ ପାତ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘରର ଛାତ ସଂପୁର୍ଣ୍ଣ ଉଡିଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଥିବା କେତେକ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ଖବର ପାଇ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ କରିବା ସହ ଗୁରୁତର ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାସ୍ଥଳରେ ଯାଜପୁର ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଦୀର୍ଘଦିନ ଧରି ବେଆଇନ ଭାବେ ବାଣ କାରଖାନା ଚାଲି ଆସୁଛି । ଏନେଇ ଯାଜପୁର ଟାଉନ ଥାନାରେ ୫ ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।