ପ୍ରଥମେ ଅଲଗା, ତା’ପରେ ଏକାଠି ବସିଲେ ନୀତୀଶ, ତେଜସ୍ବୀ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ଥିବା ସଂଖ୍ୟା ପାଇପାରିନି। ଯଦିଓ ଏନଡିଏ ମେଣ୍ଟ ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି ବିଜେପି ଏହାର ଳକ୍ଷ୍ୟ ହାସଲ କରିପାରିନି। ଇତି ମଧ୍ୟରେ ଦିଲ୍ଲୀରେ ଉଭୟ ଏନଡିଏ ଏବଂ ଇଣ୍ଡି ମେଣ୍ଟର ବୈଠକ ଅଛି। ଏଥିପାଇଁ ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରୁ ବରିଷ୍ଠ ନେତାମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ଦିଲ୍ଲୀକୁ […]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ଥିବା ସଂଖ୍ୟା ପାଇପାରିନି। ଯଦିଓ ଏନଡିଏ ମେଣ୍ଟ ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି ବିଜେପି ଏହାର ଳକ୍ଷ୍ୟ ହାସଲ କରିପାରିନି। ଇତି ମଧ୍ୟରେ ଦିଲ୍ଲୀରେ ଉଭୟ ଏନଡିଏ ଏବଂ ଇଣ୍ଡି ମେଣ୍ଟର ବୈଠକ ଅଛି। ଏଥିପାଇଁ ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରୁ ବରିଷ୍ଠ ନେତାମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ଦିଲ୍ଲୀକୁ ଗୋଟିଏ ବିମାନରେ ଯାଇଛନ୍ତି। ଉଭୟ ନୀତୀଶ ଏବଂ ତେଜସ୍ବୀ ପାଟନା-ଦିଲ୍ଲୀ ଭିସ୍ତାରା ବିମାନ ୟୁକେ-୭୧୮ରେ ଯାଇଛନ୍ତି। କୁହାଯାଉଛି ଯେ ନୀତୀଶ ଏବଂ ତେଜସ୍ବୀ ବିମାନରେ ପ୍ରଥମେ ଅଲଗା ବସିଥିଲେ ଏବଂ ପରେ ସେମାନେ ଏକାଠି ବସିଥିଲେ। ତେବେ ସେମାନଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ବିଜେପି ୪୦୦ ପାର୍ ଟପିବାର ଲକ୍ଷ୍ୟ ରଖିଥିଲା। କିନ୍ତୁ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୩୦୦ ଟପିବାର ଲକ୍ଷ୍ୟରେ ବି ପହଞ୍ଚିପାରିନି। ୫୪୩ ଆସନରୁ ଏନଡିଏ ୨୯୨ ଆସନରେ ଜିତିଛି। ବିଜେପି ଏକାକୀ ୨୪୦ ଆସନରେ ଜିତିଛି। ପ୍ରଥମ ଥର ପାଇଁ ବିଜେପି ମ୍ୟାଜିକ ନମ୍ବରରେ ପହଞ୍ଚି ପାରିନି। ଅନ୍ୟପକ୍ଷେ ବିରୋଧୀ ଇଣ୍ଡି ମେଣ୍ଟ ୨୩୪ ଆସନରେ ଜିତିଛି।