ବିଓଏମ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୬।୨: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଥିଲା। ଏପରିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ବିଓଏମ୍‌ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି। ବିଶେଷ କରି ଜମା କ୍ଷେତ୍ରରେ ବ୍ୟାଙ୍କ ୧୭.୮୯% ଅଭିବୃଦ୍ଧି ହାର ହାସଲ କରି ୩ୟ ତ୍ରୟ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ […] The post ବିଓଏମ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ appeared first on Dharitri Odia News.

ବିଓଏମ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୬।୨: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଥିଲା। ଏପରିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ବିଓଏମ୍‌ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି। ବିଶେଷ କରି ଜମା କ୍ଷେତ୍ରରେ ବ୍ୟାଙ୍କ ୧୭.୮୯% ଅଭିବୃଦ୍ଧି ହାର ହାସଲ କରି ୩ୟ ତ୍ରୟ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ସବୁଠାରୁ ଶୀର୍ଷ ସ୍ଥାନ ହାସଲ କରିଛି। ସେହିଭଳି ବ୍ୟାଙ୍କର ଚଳନ୍ତି ଖାତା ଏବଂ ସଞ୍ଚୟ ଖାତା (କାସା) ଜମା କ୍ଷେତ୍ରରେ ମଧ୍ୟ ୫୦.୧୯% ହାରରେ ବିଓଏମ୍‌ ଶୀର୍ଷ ସ୍ଥାନ ବଜାୟ ରଖିଥିଲାବେଳେ ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ୨.୦୪% ଏବଂ ନେଟ୍‌ ଏନ୍‌ପିଏ ୦.୨୨% ରହିଛି। ଅପରପକ୍ଷରେ ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୬.୮୫% ରହିଛି।

The post ବିଓଏମ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ appeared first on Dharitri Odia News.