ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ଏଲନ୍ ମସ୍କ, ନିର୍ବାଚନ ପାଇଁ ପାର୍ଟିକୁ ଦାନ କଲେ ମୋଟା ଅଙ୍କର ରାଶି
ନୂଆଦିଲ୍ଲୀ: ଟେସଲା ସିଇଓ ତଥା ଏକ୍ସର ମାଲିକ ଏଲନ୍ ମସ୍କ ଅଧିକାଂଶ ସମୟରେ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ସାର୍ବଜନୀନ ମଞ୍ଚରୁ ବୟାନ ଦେଇ ସାରିଛନ୍ତି । ଏହାରି ଭିତରେ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଟା ଅଙ୍କର ଅର୍ଥ ରାଶି ଦାନ କରିଛନ୍ତି । ମସ୍କଙ୍କ ଦ୍ୱାରା ଏହି ଦାନ ଏପରି ସମୟରେ ଦିଆଯାଇଛି, ଯେତେବେଳେ ସେ ନିଜ ପ୍ରତିଦ୍ୱନ୍ଦୀ ଜୋ ବାଇଡେନଙ୍କୁ ଟ୍ରମ୍ପ ପଛରେ ପକାଇଛନ୍ତି । ସେପଟେ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି କିନ୍ତୁ ବାଇଡେନ ପଛକୁ ହଟିବା ପାଇଁ ପ୍ରସ୍ତୁତ ନାହାନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ବାଇଡେନ ନ ଓହରନ୍ତି ତେବେ ନିର୍ବାଚନରେ ଟ୍ରମ୍ପଙ୍କୁ ଏହାର ଲାଭ ହୋଇପାରେ ।ସୂତ୍ର ଅନୁସାରେ, ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନରେ ସାମିଲ ଥିବା ଆମେରିକା ପିଏସି ନାମକ ଏକ ଲୋ-ପ୍ରୋଫାଇଲ ଗ୍ରୁପକୁ ମସ୍କଙ୍କ ଦ୍ୱାରା ଏହି ରାଶି ଦିଆଯାଇଛି । ତେବେ ମସ୍କ କେତେ ଟଙ୍କା ଦାନ କରିଛନ୍ତି ସେହି ସଂଖ୍ୟା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଏକ ବଡ଼ ରାଶି ବୋଲି କୁହାଯାଉଛି । ଜୁଲାଇ ୧୫ରେ ପିଏସି ପାଇଥିବା ଦାନର ଖୁଲାସା କରିବ ।ଏଲନ୍ ମସ୍କ ପୂର୍ବରୁ ଅନେକ ଥର ବୟାନ ଦେଇ ରାଜନୀତି ବାହାରେ ରହିବାକୁ ପସନ୍ଦ କରନ୍ତି ବୋଲି କହିସାରିଛନ୍ତି । କିନ୍ତୁ ଅନ୍ୟପଟେ ସେ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଦକ୍ଷିଣ ପନ୍ଥୀ
ନୂଆଦିଲ୍ଲୀ: ଟେସଲା ସିଇଓ ତଥା ଏକ୍ସର ମାଲିକ ଏଲନ୍ ମସ୍କ ଅଧିକାଂଶ ସମୟରେ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ସାର୍ବଜନୀନ ମଞ୍ଚରୁ ବୟାନ ଦେଇ ସାରିଛନ୍ତି । ଏହାରି ଭିତରେ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଟା ଅଙ୍କର ଅର୍ଥ ରାଶି ଦାନ କରିଛନ୍ତି । ମସ୍କଙ୍କ ଦ୍ୱାରା ଏହି ଦାନ ଏପରି ସମୟରେ ଦିଆଯାଇଛି, ଯେତେବେଳେ ସେ ନିଜ ପ୍ରତିଦ୍ୱନ୍ଦୀ ଜୋ ବାଇଡେନଙ୍କୁ ଟ୍ରମ୍ପ ପଛରେ ପକାଇଛନ୍ତି । ସେପଟେ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି କିନ୍ତୁ ବାଇଡେନ ପଛକୁ ହଟିବା ପାଇଁ ପ୍ରସ୍ତୁତ ନାହାନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ବାଇଡେନ ନ ଓହରନ୍ତି ତେବେ ନିର୍ବାଚନରେ ଟ୍ରମ୍ପଙ୍କୁ ଏହାର ଲାଭ ହୋଇପାରେ ।
ସୂତ୍ର ଅନୁସାରେ, ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନରେ ସାମିଲ ଥିବା ଆମେରିକା ପିଏସି ନାମକ ଏକ ଲୋ-ପ୍ରୋଫାଇଲ ଗ୍ରୁପକୁ ମସ୍କଙ୍କ ଦ୍ୱାରା ଏହି ରାଶି ଦିଆଯାଇଛି । ତେବେ ମସ୍କ କେତେ ଟଙ୍କା ଦାନ କରିଛନ୍ତି ସେହି ସଂଖ୍ୟା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଏକ ବଡ଼ ରାଶି ବୋଲି କୁହାଯାଉଛି । ଜୁଲାଇ ୧୫ରେ ପିଏସି ପାଇଥିବା ଦାନର ଖୁଲାସା କରିବ ।
ଏଲନ୍ ମସ୍କ ପୂର୍ବରୁ ଅନେକ ଥର ବୟାନ ଦେଇ ରାଜନୀତି ବାହାରେ ରହିବାକୁ ପସନ୍ଦ କରନ୍ତି ବୋଲି କହିସାରିଛନ୍ତି । କିନ୍ତୁ ଅନ୍ୟପଟେ ସେ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଦକ୍ଷିଣ ପନ୍ଥୀ ବିଚାରର ସମର୍ଥନ କରନ୍ତି ଏବଂ ଡେମୋକ୍ରାଟିକ ପାର୍ଟିର ନୀତିକୁ ଟାର୍ଗେଟ୍ କରିଥାନ୍ତି । ଟ୍ରମ୍ପଙ୍କୁ ମସ୍କଙ୍କ ସମର୍ଥନ ଆମେରିକାବାସୀଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟକର ଘଟଣା ନୁହେଁ । ମସ୍କ ଏବେ ସୁଦ୍ଧା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରି ନଥିଲେ । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ବାଇଡେନ ମୈଦାନରେ ଥିବା ବେଳେ ରିପବ୍ଲିକାନ ପାର୍ଟିରୁ ଟ୍ରମ୍ପ ପ୍ରାର୍ଥୀ ।