ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମିଳିବ ସେମିକଣ୍ଡକ୍ଟର ପ୍ରଯୁକ୍ତି ତାଲିମ
ନୂଆଦିଲ୍ଲୀ,୭।୩: କେନ୍ଦ୍ର ସରକାର ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସହଯୋଗରେ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସେମିକଣ୍ଡକ୍ଟର ପ୍ରଯୁକ୍ତି ପ୍ରଶିକ୍ଷଣ ଯୋଗାଇଦେବେ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଜୁର୍ନ ମୁଣ୍ଡା କହିଛନ୍ତି। ଏହା ବ୍ୟତୀତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସହ ଭାଗିଦାରୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସାଟେଲାଇଟ୍ ଭିତ୍ତିକ ଟେକ୍ନୋଲୋଜି ବ୍ୟବହାର ପାଇଁ ଯୋଜନା କରିଛି। ଅପହଞ୍ଚ ଆଦିବାସୀ ଅଞ୍ଚଳରେ ମୋବାଇଲ୍ ଏବଂ ଇଣ୍ଟନେଟ୍ ସଂଯୋଗରେ ଉନ୍ନତି ପାଇଁ ପାଇଲଟ୍ ଭିତ୍ତିରେ ଏହାକୁ ବ୍ୟବହାର କରାଯିବ। ସରକାର […] The post ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମିଳିବ ସେମିକଣ୍ଡକ୍ଟର ପ୍ରଯୁକ୍ତି ତାଲିମ appeared first on Dharitri Odia News.
ନୂଆଦିଲ୍ଲୀ,୭।୩: କେନ୍ଦ୍ର ସରକାର ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସହଯୋଗରେ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସେମିକଣ୍ଡକ୍ଟର ପ୍ରଯୁକ୍ତି ପ୍ରଶିକ୍ଷଣ ଯୋଗାଇଦେବେ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଜୁର୍ନ ମୁଣ୍ଡା କହିଛନ୍ତି।
ଏହା ବ୍ୟତୀତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସହ ଭାଗିଦାରୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସାଟେଲାଇଟ୍ ଭିତ୍ତିକ ଟେକ୍ନୋଲୋଜି ବ୍ୟବହାର ପାଇଁ ଯୋଜନା କରିଛି।
ଅପହଞ୍ଚ ଆଦିବାସୀ ଅଞ୍ଚଳରେ ମୋବାଇଲ୍ ଏବଂ ଇଣ୍ଟନେଟ୍ ସଂଯୋଗରେ ଉନ୍ନତି ପାଇଁ ପାଇଲଟ୍ ଭିତ୍ତିରେ ଏହାକୁ ବ୍ୟବହାର କରାଯିବ। ସରକାର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସ୍ଏମ୍) ଆରମ୍ଭ କରିଥିବାରୁ ଆଗାମୀ ବର୍ଷରେ ଏହି ଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି।
The post ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମିଳିବ ସେମିକଣ୍ଡକ୍ଟର ପ୍ରଯୁକ୍ତି ତାଲିମ appeared first on Dharitri Odia News.