ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ମହାକାଳପଡ଼ା,୩ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ( ରାଡ଼ାର କେନ୍ଦ୍ର)ପରିସରରେ  ସୈନ୍ୟବାହିନୀର ଜଣେ ଯବାନ ନିଜକୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ତାମିଲନାଡୁର ରାଜ୍‌ ଶେଖରନ। ସେ ଶନିବାର ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା ବେଳେ ନିଜର ସିର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୋଲିସ […] The post ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ appeared first on Dharitri Odia News.

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ମହାକାଳପଡ଼ା,୩ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ( ରାଡ଼ାର କେନ୍ଦ୍ର)ପରିସରରେ  ସୈନ୍ୟବାହିନୀର ଜଣେ ଯବାନ ନିଜକୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ତାମିଲନାଡୁର ରାଜ୍‌ ଶେଖରନ। ସେ ଶନିବାର ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା ବେଳେ ନିଜର ସିର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

ଏ ନେଇ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ କେସ୍‌ ନମ୍ବର ୩ /୨୪ ବୋଲି ଥାନା ଅଧିକାରୀ ବିମଳ କୁମାର ମଲିକ କହିଛନ୍ତି। ଯେହେତୁ ପ୍ରତିରକ୍ଷା ବିଭାଗର ଅତି ଗୋପନୀୟ ବା ସମ୍ବେଦନଶୀଳ ଘଟଣା ହୋଇ ଥିବାରୁ ସମ୍ପୂର୍ଣ୍ଣ ଖବର ପ୍ରକାଶ ପାଇବା ନେଇ ସମସ୍ୟା ରହିଛି।

The post ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ appeared first on Dharitri Odia News.