ଅମରନାଥ ଯାତ୍ରା ନିମନ୍ତେ ପଞ୍ଜିକରଣ ଆରମ୍ଭ, ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ
ଜମ୍ମୁ ୧୭।୪: ଆଗାମୀ ଅମରନାଥ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଖାସ ଉତ୍ସାହ ଦେଖିବାକୁ ମିଳୁଛି। ଯାତ୍ରା ନିମନ୍ତେ ପଞ୍ଜିକରଣ ପାଇଁ ସାରା ଦେଶରେ ସ୍ଥାପିତ ହୋଇଥିବା ୯୧ଟି ଶାଖା ମାଧ୍ୟମରେ ଗୁରୁବାର ଗୋଟିଏ ଦିନରେ ୪,୨୦୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କ ପଞ୍ଜିକରଣ କରାଯାଇଛି। ଚଳିତବର୍ଷ ଶ୍ରୀ ଅମରନାଥ ଯାତ୍ରା ପଞ୍ଜିକରଣ ପ୍ରକ୍ରିୟାର ମଜଭୁତ ପ୍ରାରମ୍ଭ କରି ଜମ୍ମୁ-କାଶ୍ମୀର ବ୍ୟାଙ୍କ ସାରା ଦେଶରେ ସ୍ଥାପିତ ୯୧ଟି ଶାଖା ମାଧ୍ୟମରେ ଏହି ପଞ୍ଜିକରଣ କରାଇଛି। ଏହି ଯାତ୍ରା ନିମନ୍ତେ ଆରମ୍ଭ ହୋଇଥିବା ବାର୍ଷିକ ତୀର୍ଥଯାତ୍ରା ପଞ୍ଜିକରଣ ‘ଫାଷ୍ଟ କମ ଫାଷ୍ଟ ସର୍ଭିସ’ରେ କରାଯାଉଛି ଓ ଏଥିରେ ତୀର୍ଥ ଯାତ୍ରୀଙ୍କ ଯାତ୍ରା ପରମିଟ ମଧ୍ୟ ସାମିଲ ରହିଛି। ଚଳିତ ବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ରେ ସମାପ୍ତ ହେବ। ଜମ୍ମୁ-କାଶ୍ମୀର ବ୍ୟାଙ୍କ ଅନୁସାରେ ପଞ୍ଜିକରଣର ପ୍ରଥମ ଦିନ ଭକ୍ତଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିବା ଉତ୍ସାହଜନକ। ଗୋଟିଏ ଦିନରେ ୪,୨୦୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କ ପଞ୍ଜିକରଣ ବ୍ୟାଙ୍କର ସେବା ବିତରଣ ପ୍ରତି ଲୋକଙ୍କ ଭରସାକୁ ପ୍ରମାଣିତ କରୁଥିବା କୁହାଯାଇଛି। ବ୍ୟାଙ୍କ ଅନୁସାରେ ସମସ୍ୟା ବିହୀନ ପଞ୍ଜିକରଣ ସୁବିଧା ଲାଗି ଡେଡିକେଟେଡ ହେଲ୍ପ ଡେସ୍କ ସହିତ ପଞ୍ଜିକରଣ କାଉଣ୍ଟର ଓ ପ୍ରଶିକ୍ଷିତ କର୍ମଚାରୀଙ୍କ ସହିତ ସବୁ ଶାଖାରେ ନିର୍ବାଧ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏଥିରେ ତୀର୍ଥ ଯାତ୍ରୀ
ଜମ୍ମୁ ୧୭।୪: ଆଗାମୀ ଅମରନାଥ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଖାସ ଉତ୍ସାହ ଦେଖିବାକୁ ମିଳୁଛି। ଯାତ୍ରା ନିମନ୍ତେ ପଞ୍ଜିକରଣ ପାଇଁ ସାରା ଦେଶରେ ସ୍ଥାପିତ ହୋଇଥିବା ୯୧ଟି ଶାଖା ମାଧ୍ୟମରେ ଗୁରୁବାର ଗୋଟିଏ ଦିନରେ ୪,୨୦୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କ ପଞ୍ଜିକରଣ କରାଯାଇଛି। ଚଳିତବର୍ଷ ଶ୍ରୀ ଅମରନାଥ ଯାତ୍ରା ପଞ୍ଜିକରଣ ପ୍ରକ୍ରିୟାର ମଜଭୁତ ପ୍ରାରମ୍ଭ କରି ଜମ୍ମୁ-କାଶ୍ମୀର ବ୍ୟାଙ୍କ ସାରା ଦେଶରେ ସ୍ଥାପିତ ୯୧ଟି ଶାଖା ମାଧ୍ୟମରେ ଏହି ପଞ୍ଜିକରଣ କରାଇଛି।
ଏହି ଯାତ୍ରା ନିମନ୍ତେ ଆରମ୍ଭ ହୋଇଥିବା ବାର୍ଷିକ ତୀର୍ଥଯାତ୍ରା ପଞ୍ଜିକରଣ ‘ଫାଷ୍ଟ କମ ଫାଷ୍ଟ ସର୍ଭିସ’ରେ କରାଯାଉଛି ଓ ଏଥିରେ ତୀର୍ଥ ଯାତ୍ରୀଙ୍କ ଯାତ୍ରା ପରମିଟ ମଧ୍ୟ ସାମିଲ ରହିଛି। ଚଳିତ ବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ରେ ସମାପ୍ତ ହେବ। ଜମ୍ମୁ-କାଶ୍ମୀର ବ୍ୟାଙ୍କ ଅନୁସାରେ ପଞ୍ଜିକରଣର ପ୍ରଥମ ଦିନ ଭକ୍ତଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିବା ଉତ୍ସାହଜନକ। ଗୋଟିଏ ଦିନରେ ୪,୨୦୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କ ପଞ୍ଜିକରଣ ବ୍ୟାଙ୍କର ସେବା ବିତରଣ ପ୍ରତି ଲୋକଙ୍କ ଭରସାକୁ ପ୍ରମାଣିତ କରୁଥିବା କୁହାଯାଇଛି।
ବ୍ୟାଙ୍କ ଅନୁସାରେ ସମସ୍ୟା ବିହୀନ ପଞ୍ଜିକରଣ ସୁବିଧା ଲାଗି ଡେଡିକେଟେଡ ହେଲ୍ପ ଡେସ୍କ ସହିତ ପଞ୍ଜିକରଣ କାଉଣ୍ଟର ଓ ପ୍ରଶିକ୍ଷିତ କର୍ମଚାରୀଙ୍କ ସହିତ ସବୁ ଶାଖାରେ ନିର୍ବାଧ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏଥିରେ ତୀର୍ଥ ଯାତ୍ରୀ ଆଧାର ଆଧାରିତ ବାୟୋମେଟ୍ରିକ ଇ-କେୱାଇସି ପରେ ନୋମିନେଟେଡ ବ୍ୟାଙ୍କ ଶାଖାରେ ରିୟଲ ଟାଇମରେ ନିଜକୁ ପଞ୍ଜିକୃତ କରିପାରିବେ। ଯାହା ଦ୍ୱାରା ଯାତ୍ରୀ ଦୀର୍ଘ ଧାଡିରେ ଛିଡା ନହୋଇ ନିଜକୁ ପଞ୍ଜିକରଣ କରାଇ ପାରୁଛନ୍ତି।