ବନବିଭାଗର ଅବହେଳା, କୂଅରେ ପଡି ଚାଲିଗଲା ଭାଲୁର ଜୀବନ
କଳାହାଣ୍ଡି ୧୮।୦୫ : ବନବିଭାଗର ଦାୟିତ୍ୱହୀନତା । ଯେଉଁଥି ଲାଗି ଚାଲିଗଲା ଏକ ଭାଲୁର ଜୀବନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଥର୍ଲା ଗାଁରୁ ଆସୁଛି ଏଭଳି ଘଟଣା।ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଥର୍ଲା ଗାଁ ଅଞ୍ଚଳରେ ଦୀର୍ଘ ଦିନରୁ ଏକ ଭାଲୁ ବୁଲୁଥିଲା । ଯାହାକୁ ନେଇ ଅଞ୍ଚଳବାସୀ ବନ ବିଭାଗକୁ ଜଣାଇ ଥିଲେ, ହେଲେ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଲାଗି ଆଜି ଭାଲୁଟିର ଜୀବନ ଚାଲିଯାଇଛି l ପଥର୍ଲା ଗାଁର ବିରାଜ ପଟେଲଙ୍କ ପନିପରିବା ଚାଷ ଖାଇବାକୁ ଆସିଥିଲା ଭାଲୁ । ଯାହାଫଳରେ ଚାଷ ଜମିରେ ଥିବା କୂଅରେ ଭାଲୁଟି ପଡିଯାଇଥଲା l ଆଜି ସକାଳୁ ଭାଲୁକୁ କୂଅରେ ଭାସିବା ଦେଖି ବନ ବିଭାଗକୁ ବିରଜା ଖବର ଦେଇଥିଲେ l ଖବର ପାଇଁ ବନ ବିଭାଗ କର୍ମଚାରୀ ଭାଲୁକୁ କୂଅରୁ ଉଦ୍ଧାର କରି କେସିଙ୍ଗା ପ୍ରାଣୀ ଚିକିତ୍ସାଳୟକୁ ଆଣି ବ୍ୟବଛେଦ କରାଯାଇଛି l ତେବେ ବନ ବିଭାଗର ଦାୟିତ୍ୱ ହୀନତା ପାଇଁ ଭାଲୁର ଜୀବନ ଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି l
କଳାହାଣ୍ଡି ୧୮।୦୫ : ବନବିଭାଗର ଦାୟିତ୍ୱହୀନତା । ଯେଉଁଥି ଲାଗି ଚାଲିଗଲା ଏକ ଭାଲୁର ଜୀବନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଥର୍ଲା ଗାଁରୁ ଆସୁଛି ଏଭଳି ଘଟଣା।
ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଥର୍ଲା ଗାଁ ଅଞ୍ଚଳରେ ଦୀର୍ଘ ଦିନରୁ ଏକ ଭାଲୁ ବୁଲୁଥିଲା । ଯାହାକୁ ନେଇ ଅଞ୍ଚଳବାସୀ ବନ ବିଭାଗକୁ ଜଣାଇ ଥିଲେ, ହେଲେ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଲାଗି ଆଜି ଭାଲୁଟିର ଜୀବନ ଚାଲିଯାଇଛି l ପଥର୍ଲା ଗାଁର ବିରାଜ ପଟେଲଙ୍କ ପନିପରିବା ଚାଷ ଖାଇବାକୁ ଆସିଥିଲା ଭାଲୁ । ଯାହାଫଳରେ ଚାଷ ଜମିରେ ଥିବା କୂଅରେ ଭାଲୁଟି ପଡିଯାଇଥଲା l ଆଜି ସକାଳୁ ଭାଲୁକୁ କୂଅରେ ଭାସିବା ଦେଖି ବନ ବିଭାଗକୁ ବିରଜା ଖବର ଦେଇଥିଲେ l ଖବର ପାଇଁ ବନ ବିଭାଗ କର୍ମଚାରୀ ଭାଲୁକୁ କୂଅରୁ ଉଦ୍ଧାର କରି କେସିଙ୍ଗା ପ୍ରାଣୀ ଚିକିତ୍ସାଳୟକୁ ଆଣି ବ୍ୟବଛେଦ କରାଯାଇଛି l ତେବେ ବନ ବିଭାଗର ଦାୟିତ୍ୱ ହୀନତା ପାଇଁ ଭାଲୁର ଜୀବନ ଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି l