IND vs BAN 1st Test Day 2: ଦ୍ୱିତୀୟ ଦିନରେ ବି ଫେଲ୍ ମାରିଲେ ରୋହିତ୍-ବିରାଟ, ଭାରତ ୩୦୮ ରନ୍ରେ ଆଗୁଆ
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୮୧ ରନ୍ କରିଛି । ରିଷଭ ପନ୍ତ (୧୨) ଏବଂ ଶୁଭମନ ଗିଲ୍ (୩୩) ତୃତୀୟ ଦିନର ଖେଳ ଆରମ୍ଭ କରିବେ । ପ୍ରଥମ ଇନିଂସରେ ୨୨୭ ରନ୍ ଲିଡ୍ କରିଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ୩୦୮ ରନ୍ରେ ଆଗୁଆ ରହିଛି । ଦ୍ୱିତୀୟ ଦିନରେ ଭାରତ ୬ ୱିକେଟ୍ ହରାଇ ୩୩୯ ରନ୍ରୁ ଖେଳ ଆଗକୁ ବଢାଇଥିଲା । କିନ୍ତୁ ୩୪୩ ରନ୍ରେ ଟିମକୁ ସପ୍ତମ ଝଟକା ଲାଗିଥିଲା । ରବିନ୍ଦ୍ର ଜାଡେଜା ୮୬ ରନ୍ କରି ତକ୍ସିନ ଅହମଦଙ୍କ ବୋଲରେ ଆଉଟ୍ ହୋଇଥିଲେ । ଏହାର କିଛି ସମୟ ପରେ ୩୬୭ ରନ୍ରେ ଭାରତକୁ ଆକାଶ ଦୀପଙ୍କ ରୂପେ ଅଷ୍ଟମ ଝଟକା ଲାଗିଥିଲା । ଟିମକୁ ମଜଭୁତ ସ୍କୋରରେ ପହଞ୍ଚାଇଥିବା ଅଶ୍ୱିନ ୧୧୩ ରନ୍ କରି ପାଭେଲିଆନ ଫେରିଥିଲେ । ୩୭୬ ରନ୍ରେ ଭାରତୀୟ ଟିମର ପ୍ରଥମ ଇଂନିସ ଶେଷ ହୋଇଥିଲା । ଏହାର ଜବାବରେ ମୈଦାନକୁ ଓହ୍ଲାଇଥିବା ବାଂଲାଦେଶ ବ୍ୟାଟ୍ର ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ୧୪୯ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪, ଶିରାଜ-ଆକାଶ ଦୀପ-ରବିନ୍ଦ୍ର ଜାଡେଜା ୨ ଲେଖାଏଁ ୱିକେଟ୍ ନେଇଥିଲେ । ବାଂଲାଦେଶ ପାଇଁ ସକିବ ଅଲ୍ ହସନ ସର୍ବାଧିକ ୩୨ ରନ୍ କରିଥିବା ବେଳେ କ୍ୟାପ୍ଟେନ ସାଣ୍ଟୋ ୨୦ ଏବଂ ଇନଫର୍ମରେ ଥିବା ଲିଟନ ଦାସ ୨୨୨ ରନ୍ କରିବାରେ ସକ୍ଷମ
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୮୧ ରନ୍ କରିଛି । ରିଷଭ ପନ୍ତ (୧୨) ଏବଂ ଶୁଭମନ ଗିଲ୍ (୩୩) ତୃତୀୟ ଦିନର ଖେଳ ଆରମ୍ଭ କରିବେ । ପ୍ରଥମ ଇନିଂସରେ ୨୨୭ ରନ୍ ଲିଡ୍ କରିଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ୩୦୮ ରନ୍ରେ ଆଗୁଆ ରହିଛି ।
ଦ୍ୱିତୀୟ ଦିନରେ ଭାରତ ୬ ୱିକେଟ୍ ହରାଇ ୩୩୯ ରନ୍ରୁ ଖେଳ ଆଗକୁ ବଢାଇଥିଲା । କିନ୍ତୁ ୩୪୩ ରନ୍ରେ ଟିମକୁ ସପ୍ତମ ଝଟକା ଲାଗିଥିଲା । ରବିନ୍ଦ୍ର ଜାଡେଜା ୮୬ ରନ୍ କରି ତକ୍ସିନ ଅହମଦଙ୍କ ବୋଲରେ ଆଉଟ୍ ହୋଇଥିଲେ । ଏହାର କିଛି ସମୟ ପରେ ୩୬୭ ରନ୍ରେ ଭାରତକୁ ଆକାଶ ଦୀପଙ୍କ ରୂପେ ଅଷ୍ଟମ ଝଟକା ଲାଗିଥିଲା । ଟିମକୁ ମଜଭୁତ ସ୍କୋରରେ ପହଞ୍ଚାଇଥିବା ଅଶ୍ୱିନ ୧୧୩ ରନ୍ କରି ପାଭେଲିଆନ ଫେରିଥିଲେ । ୩୭୬ ରନ୍ରେ ଭାରତୀୟ ଟିମର ପ୍ରଥମ ଇଂନିସ ଶେଷ ହୋଇଥିଲା ।
ଏହାର ଜବାବରେ ମୈଦାନକୁ ଓହ୍ଲାଇଥିବା ବାଂଲାଦେଶ ବ୍ୟାଟ୍ର ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ୧୪୯ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪, ଶିରାଜ-ଆକାଶ ଦୀପ-ରବିନ୍ଦ୍ର ଜାଡେଜା ୨ ଲେଖାଏଁ ୱିକେଟ୍ ନେଇଥିଲେ । ବାଂଲାଦେଶ ପାଇଁ ସକିବ ଅଲ୍ ହସନ ସର୍ବାଧିକ ୩୨ ରନ୍ କରିଥିବା ବେଳେ କ୍ୟାପ୍ଟେନ ସାଣ୍ଟୋ ୨୦ ଏବଂ ଇନଫର୍ମରେ ଥିବା ଲିଟନ ଦାସ ୨୨୨ ରନ୍ କରିବାରେ ସକ୍ଷମ ହୋଇଥିଲେ ।
ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ ମଧ୍ୟ ନୈରାସ୍ୟଜନକ ରହିଛି । ଟିମ୍ର ଟପ୍ ଅର୍ଡର ପୁଣି ଥରେ ନିରାଶ କରିଛି । ଦୁଇ ସିନିୟର ରୋହିତ୍ ଏବଂ ବିରାଟ କୋହଲି ପୁଣି ବିଫଳ ହୋଇଛନ୍ତି । ଯଶସ୍ୱୀ ଜୈସ୍ୱାଲ (୧୦), ରୋହିତ୍ ଶର୍ମା (୫) ଏବଂ ବିରାଟ କୋହଲି (୧୭) ରନ୍ କରି ଆଉଟ୍ ହୋଇଛନ୍ତି ।