ଗାଡ଼ିରେ ନେଉଥିଲେ ଅପମିଶ୍ରିତ ମଦ, ପରେ ଯାହା ହେଲୋ….
ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ବଡ଼ପଦା, ସିନ୍ଧବା, ଜୁଆଣପଲ୍ଲୀ ପ୍ରଭୃତି ଗ୍ରାମ ଇଲାକାରେ ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ ସଦଳବଳେ ମଙ୍ଗଳବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଜୁଆଣପଲ୍ଲୀରୁ ବଡ଼ପଦା ଗ୍ରାମ ଅଭିମୁଖେ ଦୃତଗତିରେ ଆସୁଥିବା ଜଣେ ବ୍ୟକ୍ତିଙ୍କ କଳାରଙ୍ଗର ଟିଭିଏସ ଏକ୍ସଲ ମୋପେଡ଼( ନଂ. ଓଡ଼ି ୦୭ ଏଏଫ-୩୧୭୫)କୁ ଅଟକାଇ ଖାନ ତଲାସ କରିଥିଲେ। ସେଥିରେ ୪ଟି ପ୍ଲାଷ୍ଟିକ ଜାରକିନ ୮୦ ଲିଟର ଅପମିଶ୍ରିତ ଦେଶୀମଦ ଥିବା ଜଣାପଡିଥିଲା। ବିନା ଲାଇସେନ୍ସରେ ଅପମିଶ୍ରିତ […] The post ଗାଡ଼ିରେ ନେଉଥିଲେ ଅପମିଶ୍ରିତ ମଦ, ପରେ ଯାହା ହେଲୋ…. appeared first on Dharitri Odia News.
ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ବଡ଼ପଦା, ସିନ୍ଧବା, ଜୁଆଣପଲ୍ଲୀ ପ୍ରଭୃତି ଗ୍ରାମ ଇଲାକାରେ ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ ସଦଳବଳେ ମଙ୍ଗଳବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଜୁଆଣପଲ୍ଲୀରୁ ବଡ଼ପଦା ଗ୍ରାମ ଅଭିମୁଖେ ଦୃତଗତିରେ ଆସୁଥିବା ଜଣେ ବ୍ୟକ୍ତିଙ୍କ କଳାରଙ୍ଗର ଟିଭିଏସ ଏକ୍ସଲ ମୋପେଡ଼( ନଂ. ଓଡ଼ି ୦୭ ଏଏଫ-୩୧୭୫)କୁ ଅଟକାଇ ଖାନ ତଲାସ କରିଥିଲେ। ସେଥିରେ ୪ଟି ପ୍ଲାଷ୍ଟିକ ଜାରକିନ ୮୦ ଲିଟର ଅପମିଶ୍ରିତ ଦେଶୀମଦ ଥିବା ଜଣାପଡିଥିଲା। ବିନା ଲାଇସେନ୍ସରେ ଅପମିଶ୍ରିତ ଦେଶୀମଦ ଚାଲାଣ କରୁଥିବା ଅଭିଯୋଗରେ ଗଜପତି ଜିଲା ଆର.ଉଦୟଗିରି ଥାନା ଶିଆଳଲଟି ପଞ୍ଚାୟତ କୁମୁଟିକଙ୍କାଳ ଗ୍ରାମର ମାଧବ ମଲ୍ଲିକଙ୍କୁ ଅବକାରୀ ଏସ.ଆଇ ମାଧବ ମଲ୍ଲିକଙ୍କୁ ଗିରଫ କରିଥିଲେ। ଜବତ ମଦକୁ ଘଟଣାସ୍ଥଳରେ ସାକ୍ଷମାନଙ୍କ ଉପସ୍ଥିତିରେ ପରୀକ୍ଷା ନିରୀକ୍ଷା କରିବା ପରେ ଦିଗପହଣ୍ଡି ଅବକାରୀ ଷ୍ଟେଶନ ମାମଲା ନଂ.୨୯/୨୫-୨୬ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଟିଭିଏସ ମୋପେଡ଼ ଲୁନାକୁ ଜବତ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
The post ଗାଡ଼ିରେ ନେଉଥିଲେ ଅପମିଶ୍ରିତ ମଦ, ପରେ ଯାହା ହେଲୋ…. appeared first on Dharitri Odia News.