ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି ପାଣିଘେରରେ ରହିଛନ୍ତି ଅନେକ ଲୋକ। ରେବ, କପାଳି ଓ ଶାଳନ୍ଦୀ ନଦୀରେ ଜଳ ସ୍ତର ବଢ଼ୁଥିବାରୁ ଶନିବାର ରାତିପହିଲା ବେଳକୁ ଘରେ ପଶୁଛି ଆଣ୍ଠୁଏ ପାଣି। ଗାଁ ରାସ୍ତା ଉପରେ ଚାଲୁଛି ପାଣି ସୁଅ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ଦମକଳ ବାହିନୀ ଲାଗି ରହିଛନ୍ତି ଉଦ୍ଧାର […] The post ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା… appeared first on Dharitri Odia News.

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି ପାଣିଘେରରେ ରହିଛନ୍ତି ଅନେକ ଲୋକ। ରେବ, କପାଳି ଓ ଶାଳନ୍ଦୀ ନଦୀରେ ଜଳ ସ୍ତର ବଢ଼ୁଥିବାରୁ ଶନିବାର ରାତିପହିଲା ବେଳକୁ ଘରେ ପଶୁଛି ଆଣ୍ଠୁଏ ପାଣି। ଗାଁ ରାସ୍ତା ଉପରେ ଚାଲୁଛି ପାଣି ସୁଅ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ଦମକଳ ବାହିନୀ ଲାଗି ରହିଛନ୍ତି ଉଦ୍ଧାର କାର୍ଯ୍ୟରେ। ଉଦ୍ଧାର କାର୍ଯ୍ୟରେ ମଧ୍ୟ ଲାଗି ପଡ଼ିଛନ୍ତି ପୋଲିସ କର୍ମଚାରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ l ବରିଷ୍ଠ ପୋଲିସ ଅଧିକାରୀ ତଥା ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକଙ୍କୁ ଭଦ୍ରକ ଜିଲା ଦାୟିତ୍ୱ ଦିଆଯାଇଥିଲା l ପୋଲିସ ଅଧିକାରୀମାନେ ମଧ୍ୟ ତାଙ୍କ ଟିମ୍‌ଙ୍କୁ ନେଇ ରାସ୍ତା ସଫା କରିବା ସହ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବାର ଦୃଶ୍ୟ ବେଶ୍‌ ପ୍ରଶଂସନୀୟ ଥିଲା। ଶନିବାର ରାତି ସାଢ଼େ ୮ ରେ ଖବର ଆସିଲା ପୋଲିସ କଣ୍ଟ୍ରୋଲ ରୁମ୍‌କୁ, ଶାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ଯୋଗୁ ତିହିଡି ବ୍ଲକ ତଳଗୋପାବିନ୍ଧା ଗ୍ରାମରେ କିଛି ବୟସ୍କ ବ୍ୟକ୍ତି, ଛୋଟପିଲା ଓ ମହିଳା ଜଳବନ୍ଦୀରେ ଫସିରହିଛନ୍ତି l ତତ୍‌କ୍ଷଣାତ ଡିଆଇଜି ନାୟକଙ୍କ ସହ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦ ଓଡ୍ରାଫ ଟିମ୍‌କୁ ସାଙ୍ଗରେ ନେଇ ଉଦ୍ଧାର କାର୍ଯ୍ୟରେ ବାହାରିପଡ଼ିଥିଲେ। ଜଳବନ୍ଦୀରେ ଥିବା ଲୋକଙ୍କ ପାଖରେ ପହଞ୍ଚି ସୁରକ୍ଷିତ ଭାବରେ ୩୦ ଜଣ ଜଳବନ୍ଦୀଙ୍କୁ ଉଦ୍ଧାର କରି ନିକଟରେ ଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଐଷାନ୍ୟଚଣ୍ଡୀ ଉଚ୍ଚ ବିଦ୍ୟାଳୟକୁ ଆଣି ରଖିବା ସହ ଖାଇବାର ବନ୍ଦୋବସ୍ତ କରିଥିଲେ। ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେହେତୁ ସାଳନ୍ଦୀ ନଦୀର ଜଳସ୍ତର ବଢୁଛି। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଜଳସ୍ତର କମିବା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀରେ ସମସ୍ତ ଘଟଣା ଡିଆଇଜି କହିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଯୋଦ୍ଧାଙ୍କୁ ସାଧୁବାଦ ମଧ୍ୟ ଜଣାଇଛନ୍ତି।

The post ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା… appeared first on Dharitri Odia News.