ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଁରା-ଫୁଲଝର ରାସ୍ତା ନିକଟରେ ପ୍ଲାଣ୍ଟ ରାସ୍ତାରେ ବୁଧବାର ରାତିରେ ଏକ ହାଇଓ୍ବା (ଓଡି ୦୯ଜେଡ୍‌/ ୧୯୦୮)ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସନ୍ତୋଷ ଦେହୁରୀ ଓ ଘର ବିନିନ୍ଦା ଗ୍ରାମରେ ବୋଲି ଜଣାପଡ଼ିଛି। ଖବର ପାଇ ଉତ୍ତ୍ୟକ୍ତ ଲୋକେ ପହଞ୍ଚି ଟ୍ରକ୍‌ଟିକୁ ପୋଡ଼ି ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଥିଲେ ହେଁ ସେଠାରେ ଉତ୍ତ୍ୟକ୍ତ ଲୋକଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଏଥିରେ ଶୁଆକାଟି […] The post ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ appeared first on Dharitri Odia News.

ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଁରା-ଫୁଲଝର ରାସ୍ତା ନିକଟରେ ପ୍ଲାଣ୍ଟ ରାସ୍ତାରେ ବୁଧବାର ରାତିରେ ଏକ ହାଇଓ୍ବା (ଓଡି ୦୯ଜେଡ୍‌/ ୧୯୦୮)ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସନ୍ତୋଷ ଦେହୁରୀ ଓ ଘର ବିନିନ୍ଦା ଗ୍ରାମରେ ବୋଲି ଜଣାପଡ଼ିଛି। ଖବର ପାଇ ଉତ୍ତ୍ୟକ୍ତ ଲୋକେ ପହଞ୍ଚି ଟ୍ରକ୍‌ଟିକୁ ପୋଡ଼ି ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଥିଲେ ହେଁ ସେଠାରେ ଉତ୍ତ୍ୟକ୍ତ ଲୋକଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଏଥିରେ ଶୁଆକାଟି ଫାଣ୍ଡି ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ତାଙ୍କୁ ରାତିରେ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜିଲା ମୁଖ୍ୟ ଡାକ୍ତରଖାନାଙ୍କୁ ପଠାଇଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗୁରୁବାର ସକାଳେ ପଠାଯାଇଛି। ତେବେ ତାଙ୍କ ସହିତ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ ମେଡ଼ିକାଲ ଅଣାଯାଇଥିବା ବେଳେ ମୃତଦେହ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ଫଳରେ ସାମୟିକ ଭାବେ ଉତ୍ତେଜନା କମିଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ହାଇଓ୍ବାଟିକୁ ଜାଳି ଦେଇଥିଲେ। ପରିବାର ଲୋକ ତଥା ଗ୍ରାମବାସୀ ରାତି ତମାମ ମୃତଦେହକୁ ଜଗିରହି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଥିଲେ। ପରେ ପୋଲିସ ପହଞ୍ଚି ଲାଠିଚାର୍ଜ କରି ଅଧିକାଂଶ ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ଦୁଇ କିଲୋମିଟର ଦୂର ବିନିନ୍ଦା ଗାଁରେ ପୋଲିସ ଫୋର୍ସ ପହଞ୍ଚି ଘର ତାଟି କବାଟ ଭାଙ୍ଗି ଲୋକଙ୍କୁ ଉଠାଇ ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉକ୍ତ ଗ୍ରାମ ଏବେ ଜନ ଶୂନ୍ୟ ହୋଇଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି। ଏ ନେଇ ପୋଲିସ ଦୁର୍ଘଟଣା ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି। ଏହାକୁ ନେଇ ପୋଲିସ ସଠିକ୍‌ କୌଣସି ସୂଚନା ଦେଉ ନ ଥିଲେ ହେଁ ପାଖାପାଖି ୨୫ ଜଣଙ୍କୁ ଗ୍ରାମରୁ ଉଠାଇ ଥାନାକୁ ଆଣିଥିବା ଅଭିଯୋଗ ହେଉଛି।

The post ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ appeared first on Dharitri Odia News.