ଗରିବ ଭକ୍ତଙ୍କ ପୂରଣ ହେବ ମନସ୍କାମନା: ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ୩୦ କୋଟି ଟଙ୍କାର ବ୍ୟୟ ବରାଦ

କନକ ବ୍ୟୁରୋ: ଭକ୍ତଙ୍କ ପାଇଁ କରାଯାଉଛି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଏଥିରେ ଗରିବ ଭକ୍ତ ସଦର ମହକୁମାରୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି । ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା । ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ।  ଐତିହ୍ୟ ଓ ସ୍ମାରକୀ ଗୁଡିକର ସମନ୍ୱିତ ବିକାଶ ଏବଂ ପର୍ୟ୍ୟଟନସ୍ଥଳର ମୌଳିକ ସୁବିଧା ବୃଦ୍ଧି ଯୋଜନା ଅଧିନରେ, ପ୍ରାୟ ୨ଶହ ୨୫ଶହ କୋଟି ଟଙ୍କାରେ କେନ୍ଦୁଝରର ଘଟଗାଁସ୍ଥିତ ମା ତାରିଣୀ ମନ୍ଦିର ପରିସରର ସମନ୍ୱିତ ବିକାଶ କରାଯିବ । ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଥିବା ମହିମା ଗାଦିର ବିକାଶ କାର୍ୟ୍ୟ ଏବଂ ସେଠାରେ ଭବ୍ୟ ଶୂନ୍ୟ ମଣ୍ଡପ  ନିର୍ମାଣ ପାଇଁ ତଥା ଯୋରନ୍ଦା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଯାହାଦ୍ବାରା ଯୋରନ୍ଦା ମହିମା ଗାଦି ଦେଶର ଏକ ପ୍ରମୁଖ

ଗରିବ ଭକ୍ତଙ୍କ ପୂରଣ ହେବ ମନସ୍କାମନା: ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ୩୦ କୋଟି ଟଙ୍କାର ବ୍ୟୟ ବରାଦ

କନକ ବ୍ୟୁରୋ: ଭକ୍ତଙ୍କ ପାଇଁ କରାଯାଉଛି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଏଥିରେ ଗରିବ ଭକ୍ତ ସଦର ମହକୁମାରୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି । ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା । ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ । 

ଐତିହ୍ୟ ଓ ସ୍ମାରକୀ ଗୁଡିକର ସମନ୍ୱିତ ବିକାଶ ଏବଂ ପର୍ୟ୍ୟଟନସ୍ଥଳର ମୌଳିକ ସୁବିଧା ବୃଦ୍ଧି ଯୋଜନା ଅଧିନରେ, ପ୍ରାୟ ୨ଶହ ୨୫ଶହ କୋଟି ଟଙ୍କାରେ କେନ୍ଦୁଝରର ଘଟଗାଁସ୍ଥିତ ମା ତାରିଣୀ ମନ୍ଦିର ପରିସରର ସମନ୍ୱିତ ବିକାଶ କରାଯିବ । ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଥିବା ମହିମା ଗାଦିର ବିକାଶ କାର୍ୟ୍ୟ ଏବଂ ସେଠାରେ ଭବ୍ୟ ଶୂନ୍ୟ ମଣ୍ଡପ  ନିର୍ମାଣ ପାଇଁ ତଥା ଯୋରନ୍ଦା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଯାହାଦ୍ବାରା ଯୋରନ୍ଦା ମହିମା ଗାଦି ଦେଶର ଏକ ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳୀ ଭାବେ ପରିଗଣିତ ହେବ । ପୁରୀର ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିର ପାର୍ଶ୍ୱଞ୍ଚଳର ସମନ୍ୱିତ ବିକାଶ କରାଯିବ ।